25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବୈଜ୍ଞାନିକଙ୍କୁ ଚୂନ ଲଗାଇ ସାଇବର ଠକ ଲୁଟିନେଲେ ୭୦ ଲକ୍ଷ ଟଙ୍କା

ବୈଜ୍ଞାନିକଙ୍କୁ ଚୂନ ଲଗାଇ ସାଇବର ଠକ ଲୁଟିନେଲେ ୭୦ ଲକ୍ଷ ଟଙ୍କା

ଭୋପାଳ : ସାଇବର ଠକଙ୍କ ଜାଲରେ ପଡିଗଲେ ବୈଜ୍ଞାନିକ । ଆଉ ହରାଇଲେ ୭୦ ଲକ୍ଷରୁ ଅଧିକ ଟଙ୍କା । ମଧ୍ୟପ୍ରଦେଶର ଇନ୍ଦୋରରୁ ଏଭଳି ସାଇବର ଠକେଇର ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ଇନ୍ଦୋରର ଜଣେ ବୈଜ୍ଞାନିକଙ୍କୁ ସାଇବର ଠକମାନେ ଟାର୍ଗେଟ କରିଥିଲେ । ଆଉ ଟଙ୍କା ଆକାଉଣ୍ଟରୁ ୭୧ ଲକ୍ଷ ଟଙ୍କା ନେଇଯାଇଛନ୍ତି । ଅଭିଯୋଗ ପରେ ଇନ୍ଦୋର କ୍ରାଇମ ଶାଖା ଠକଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛି। ପୀଡିତ ଜଣକ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ କରିଛନ୍ତି ଯେ ହ୍ୱାଟ୍ସଆପ କଲ ମାଧ୍ୟମରେ ମୁମ୍ବାଇ ଏବଂ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏବଂ ସିବିଆଇର ଅଧିକାରୀ ବୋଲି ଦର୍ଶାଇ ଠକମାନେ ତାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ। ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ସମଗ୍ର ମାମଲାରେ ଅଭିଯୁକ୍ତଙ୍କୁ ଖୋଜିବାରେ ବ୍ୟସ୍ତ ଅଛି। ପୀଡିତ କହିଛନ୍ତି ଯେ ତାଙ୍କୁ ହ୍ୱାଟ୍ସଆପ କଲ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା ଯେଉଁଥିରେ ଅଭିଯୁକ୍ତ ନିଜକୁ ସିବିଆଇ ଅଧିକାରୀ ଭାବରେ ପରିଚିତ କରିଥିଲା। ଏହି ଠକ ବୈଜ୍ଞାନିକଙ୍କୁ କହିଥିଲା ଯେ ତାଙ୍କୁ କୌଣସି ବଡ ମାମଲାରେ ଫସାଇ ଦିଆଯିବ । ଏହା ଶୁଣି ପୀଡିତ ଜଣକ ନର୍ଭସ ହୋଇ ଠକଙ୍କ କହିବା ମୁତାବକ ଟଙ୍କା ଟ୍ରାନ୍ସଫର କରିଥିଲେ। କ୍ରାଇମ ବ୍ରାଞ୍ଚ ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ବର୍ତ୍ତମାନ ଅଭିଯୁକ୍ତକୁ ଖୋଜିବାରେ ବ୍ୟସ୍ତ ଅଛି। ଏହା ପ୍ରଥମ ମାମଲା ନୁହେଁ; ଏହାପୂର୍ବରୁ ମଧ୍ୟ ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଲୋକଙ୍କୁ ସମାନ ଢଙ୍ଗରେ ଠକେଇ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking