22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶ୭ ବର୍ଷର କୁନି ଝିଅକୁ କେନାଲକୁ ଫୋପାଡ଼ି ହତ୍ୟା କଲା ବାପା

୭ ବର୍ଷର କୁନି ଝିଅକୁ କେନାଲକୁ ଫୋପାଡ଼ି ହତ୍ୟା କଲା ବାପା

ଗୁଜୁରାଟ: ସୈତାନ ବାପା। ଦ୍ୱିତୀୟ ଥର ସ୍ତ୍ରୀ କନ୍ୟା ସନ୍ତାନ ଜନ୍ମ କରିବାରୁ ପୁଅ ପାଇବାର କାମନାରେ ଅନ୍ଧ ହୋଇ ଜଣେ ବାପା ତାର ବଡ଼ ଝିଅକୁ ହତ୍ୟା କରିଛି। ଆଉ ପରେ କେନାଲକୁ ଫିଙ୍ଗି ଦେଇଛି। ପୁଅ ନହେବାରୁ ରାଗରେ ୭ ବର୍ଷର ବଡ଼ ଝିଅକୁ ହତ୍ୟା କରି ରାକ୍ଷସ ବାପା କେନାଲରେ ଫିଙ୍ଗି ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପରେ ଅଭିଯୁକ୍ତକୁ ପୋଲିସ ଗରିଫ କରି ତଦନ୍ତ ଆରମ୍ଭ କରିଛି। ତେବେ ଗୁଜୁରାଟର ଖେଡ଼ା ଜିଲ୍ଲାରୁ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପୁଅ ପାଇବାର କାମନାରେ ଜଣେ ବାପା ତାର ୭ ବର୍ଷର ଝିଅ ଭୂମିକାକୁ ନର୍ମଦା କେନାଲରେ ହତ୍ୟା କରି ଫିଙ୍ଗି ଦେଇଛି। ଏହି ଲଜ୍ଜାଜନକ ଘଟଣା କପଡାୱାଞ୍ଜ ତହସିଲର ୱାଘାୱତ ନର୍ମଦା କେନାଲ ନିକଟରେ ଘଟିଛି, ଯାହା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଅଭିଯୁକ୍ତ ବାପା ବିଜୟ ସୋଲାଙ୍କିଙ୍କର ୨ ଝିଅ ଜନ୍ମ ହେବା ଦିନରୁ ନାପସନ୍ଦ କରୁଥିଲେ ଏବଂ ଶେଷରେ ତାଙ୍କ ବଡ଼ ଝିଅକୁ ହତ୍ୟା କରିଛନ୍ତି। ଖେଡା ଜିଲ୍ଲାର କପାଡଭଞ୍ଜ ତହସିଲର ମାଲଭାନର ଚେଲାୱତ ଗ୍ରାମର ବାସିନ୍ଦା ୩୫ ବର୍ଷୀୟା ଅଞ୍ଜନାବେନ ୧୧ ବର୍ଷ ପୂର୍ବେ ବିଜୟ ସୋଲାଙ୍କିଙ୍କୁ ବିବାହ କରିଥିଲେ। ବିବାହ ପରେ ଅଞ୍ଜନାବେନ ଦୁଇଟି ଝିଅ ଭୂମିକା (୭ ବର୍ଷ) ଏବଂ ହେତଲ (୩ ବର୍ଷ) ଜନ୍ମ ଦେଇଥିଲେ। କିନ୍ତୁ ତାଙ୍କ ସ୍ୱାମୀ ବିଜୟ ସୋଲାଙ୍କି ଏକ ପୁଅ ଚାହୁଁଥିଲେ ଏବଂ ଝିଅମାନଙ୍କୁ ଘୃଣା କରୁଥିଲେ। ପ୍ରଥମ ଝିଅର ଜନ୍ମ ପରଠାରୁ ବିଜୟ ବିରକ୍ତ ଥିଲେ ଏବଂ ଦ୍ୱିତୀୟ ଝିଅର ଜନ୍ମ ପରେ ତାଙ୍କର ଅସନ୍ତୋଷ ବୃଦ୍ଧି ପାଇଥିଲା। ଏହି ପ୍ରସଙ୍ଗରେ ବିଜୟ ପ୍ରାୟତଃ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା କରୁଥିଲେ। ଯାହା ଫଳରେ ଅଞ୍ଜନାବେନ ପ୍ରାୟତଃ ତାଙ୍କ ବାପାମାଆଙ୍କ ଘରକୁ ଯାଉଥିଲେ। ତଥାପି ବିଜୟ ତାଙ୍କୁ ବୁଝାଇବା ପରେ ତାଙ୍କୁ ଫେରାଇ ଆଣୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking