29.1 C
Bhubaneswar
Monday, January 19, 2026
Homeଅପରାଧଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ଶୁଟର ଗିରଫ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ଶୁଟର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ମିଳିଛି ବଡ଼ ସଫଳତା। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ରେ ଶୁଟର ଭାବେ କାମ କରୁଥିବା ୭ ଜଣଙ୍କୁ ଗିରଫ କରିବାରେ ଦିଲ୍ଲୀ ପୁଲିସ୍‌ର ଏକ ସ୍ୱତନ୍ତ୍ର ୟୁନିଟ୍ ସଫଳ ହୋଇଛି। ଦୀର୍ଘ ୪୮ ଘଣ୍ଟା ଧରି ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଦିଲ୍ଲୀରେ ଚଢ଼ଉ ପ୍ରକ୍ରିୟା କରାଯିବା ପରେ ଏହି ୭ଜଣଙ୍କୁ ଗିରଫ କରାଯିବା ସମ୍ଭବ ହୋଇପାରିଛି। କେବଳ ସେତିକି ନୁହେଁ ଏମାନଙ୍କ ଠାରୁ ୬ଟି ସେମି ଅଟୋମେଟିକ ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଜବତ କରାଯାଇଥିବା ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ସୂଚନା ଦେଇଛି। ଏମାନେ ସମସ୍ତେ ମୁଖ୍ୟତଃ ଶାର୍ପ ଶୁଟର ଭାବେ କାମ କରୁଥିଲେ।
ନିକଟରେ ମୁମ୍ବାଇ ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେହିପରି ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ବାହାରେ ମଧ୍ୟ ଗୁଳିକାଣ୍ଡ ହୋଇଥିଲା। ଏସବୁ ଘଟଣା ପଛରେ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡିବା ପରେ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ ପାଇଁ ବ୍ୟାପକ ଛାନ୍‌ବିନ୍ ତଥା ଚଢ଼ଉ ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ ପୁଲିସ୍‌। ଏହି ପରିପ୍ରେକ୍ଷୀରେ ବିଷ୍ଣୋଇ ଗ୍ୟାଙ୍ଗ୍‌ର ୭ଜଣଙ୍କୁ ଗିରଫ କରାଯିବା ଦିଲ୍ଲୀ ପୁଲିସ୍ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଏବେ ଏମାନଙ୍କୁ ଏବେ ଅନ୍ୟ କେଉଁ ସବୁ ଅପରାଧିକ ଘଟଣାରେ ସମ୍ପୃକ୍ତ ରହିଥିବା ନେଇ ଜେରା କରୁଛି ଦିଲ୍ଲୀ ପୁଲିସ୍‌। ଜେରା ସମୟରେ ବାବା ସିଦ୍ଦିକିଙ୍କୁ ହତ୍ୟା ଏବଂ ସଲମାନ୍‌ଙ୍କ ଘର ବାହାରେ ଗୁଳିମାଡ଼ ମାଡ଼ କରିବା ପାଇଁ ହୋଇଥିବା ଯୋଜନାକୁ ଅରଜୁ ବିଷ୍ଣୋଇ କାର୍ଯ୍ୟକାରୀ କରିଥିବା ଜଣାପଡିଛି। ଲରେନ୍ସ ବିଷ୍ଣୋଇ ଜେଲରେ ରହି ରଣନୀତି କରୁଥିବା ବେଳେ ଅରୁଜ ବାହାରେ ରହି ଏହାକୁ କାର୍ଯ୍ୟକାରୀ କରୁଥିବା ଦିଲ୍ଲୀ ପୁଲିସ୍ ଜାଣିବାକୁ ପାଇଛି।
ପ୍ରକାଶ, ଏହି ଗିରଫଦାରୀ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ନ୍ୟାସନାଲ ଇନଭେଷ୍ଟଗେସନ ଏଜେନ୍ସି (ଏନ୍‌ଆଇଏ) ଅଭିଯୋଗ କରିବା ସହିତ ଲରେନ୍ସର ଭାଇ ଅନମୋଲ ବିଷ୍ଣୋଇ ଉପରେ ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଅନ୍‌ମୋଲ ସିଙ୍ଗର-ରାଜନେତା ସିନ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ରହିଛି। ଅନମୋଲ ବିଷ୍ଣୋଇଙ୍କୁ ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଅନମୋଲ ମୁଖ୍ୟତଃ କାନାଡା ଏବଂ ଆମେରିକାରେ ରହି ଭାରତରେ ଗ୍ୟାଙ୍ଗକୁ ପରିଚାଳନା କରୁଛି। ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଅନମୋଲ ବିଷ୍ଣୋଇର ନାମ ବି ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଲିସ ତଦନ୍ତ କରୁଛି। କୁହାଯାଉଛି ଯେ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ସୁଟରଙ୍କ ସହ ଅନମୋଲଙ୍କର ଲିଙ୍କ ରହିଛି। ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ମୋଟ ୧୧ଜଣଙ୍କୁ ଏଯାବତ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking