ଢେଙ୍କାନାଳ: ମହୁମାଛି ଆକ୍ରମଣରେ ୭ ଗୁରୁତର। ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗ୍ରାମରେ ମହୁମାଛିଙ୍କ ଅତର୍କିତ ଆକ୍ରମଣରେ ୭ ଜଣ ଗୁରୁତର ହୋଇଛନ୍ତି । ବସୁଲେଈ ଗ୍ରାମ ନିକଟରେ ଯାଇଥିବା ରେଙ୍ଗାଳି ବାମପାର୍ଶ୍ଵ ଶାଖା କେନାଲର ପୂର୍ତ୍ତବିଭାଗ ରାସ୍ତାରେ ଲୋକମାନେ ଯିବାଆସିବା କରୁଥିବା ବେଳେ ହଠାତ ମହୁମାଛି ମାନେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ସେହି ସମୟରେ ଯାଉଥିବା ଲୋକେ ମହୁମାଛି ମାନେ ଆକ୍ରମଣର ଶିକାର ହୋଇଥିଲେ। ମହୁମାଛିଙ୍କ ଭୟଙ୍କର ଆକ୍ରମଣ ଫଳରେ ଲୋକମାନେ ରାସ୍ତାରେ ନିଜ ବାଇକ ଫିଙ୍ଗି ଦେଇ ଏଣେତେଣେ ଧାଇଁବା ସହ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମହୁମାଛିଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଜଣେ ଛୋଟ ଝିଅ ଭୟରେ ନିକଟରେ ଥିବା କେନାଲକୁ ପଶିଯାଇ ନିଜ ଜୀବନ ବଞ୍ଚାଇଥିଲା ।










