ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାଁ ସୀମାମାୟୀ ବେହେରା । ସେ ୭ ମାସର ଗର୍ଭବତୀ ଥିଲେ । ମୃତ ମହିଳାଙ୍କ ପରିବାର ଅଭିଯୋଗ ଅନୁଯାୟୀ ଗତକାଲି ରାତି ପ୍ରାୟ ୧୨ଟା ୫୦ ରେ କବାଟ ବାଡେଇଥିଲେ । ତାପରେ ସୀମା କବାଟ ଖୋଲିଥିଲେ । ସେ କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ଜୋରଜବରଦସ୍ତି ତାଙ୍କ ବେକରୁ ଚେନ ଛଡାଇ ନେଇଥିଲେ । ତାପରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ସୀମା ଉପରକୁ ଗୁଳି କରିଥିଲେ । ଏହାପରେ ସେମାନେ ସ୍ଥାନ ଛାଡି ପଳାଇଥିଲେ । ପରିବାର ଲୋକେ ତାଙ୍କୁ ବଣାଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନା ପହଞ୍ଚିବା ପୂର୍ୱରୁ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏହାର ତଦନ୍ତ କରୁଛି ।










