ଛତିଶଗଡ : ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ । ଛତିଶଗଡ ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ଜଙ୍ଗଲରୁ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ଭୋର ସମୟରୁ ଯବାନ ଯବାନ – ମାଓବାଦୀ ଗୁଳି ବିନିମୟ ହୋଇଛି । ଆଜି ଦାନ୍ତେଫ୍ୱ।।ଡ , ନାରାୟଣପୁର ପୁଲିସ ପକ୍ଷରୁ ଅପରେସନ ଜାରି ରହିଛି । ୪ ଜିଲ୍ଲାରୁ ମିଳିତ ଅପରେସନରେ ଜାରି ରହିଥିଲା । ମିଳିତ ଅପରେସନରେ କୋଣ୍ଡାଗାଓଁ ଏବଂ ବସ୍ତର ପୁଲିସ ସାମିଲ ଅଛନ୍ତି । ଏହି ଅପରେସନରେ ଡିଆରଜି , ଏସଟିଏଫ , ସିଆରପିଏଫ ସାମିଲ ଅଛନ୍ତି । ସର୍ଚ୍ଚ ଅପରେସନରେ ୭ ମାଓବାଦୀ ଉଦ୍ଧାର ହୋଇଛନ୍ତି । ମୃତକଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିବା ଜଣା ପଡିଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗୁଳି ବିନିମୟରେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗତ ୧୧ ମାସ ଭିତରେ ଜାନୁଆରୀରି ଏଯାବତ ପ୍ରାୟ ୨ଶହରୁ ଅଧିକ ମାଓବାଦୀଙ୍କ ନିପାତ ନେଇ ଛତିଶଗଡ ପୋଲିସ ସଫଳ ହୋଇଛି । କେନ୍ଦ୍ର ସରକାରଙକ୍ ଯେଉଁ ଲକ୍ଷ୍ୟ ରହିଛି ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ସମ୍ପର୍ଣ୍ ଭାବେ ନିପାତ କରିବେ ।