19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଘରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୭ ଜଣ

ଘରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୭ ଜଣ

ମୁମ୍ବାଇ : ଭୟଙ୍କର ଅଗ୍ନିକାଣ୍ଡ। ଘରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୭ ଜଣ। ଏଭଳି କିଛି ଘଟଣା ଘଟିଛି ମୁମ୍ବାଇର ଚେମ୍ବୁର ଅଞ୍ଚଳରେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଆଜି ସକାଳୁ ମୁମ୍ବାଇ ଚେମ୍ବୁର ଅଞ୍ଚଳର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଘରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଭୋର୍‌ ସାଢ଼େ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ଛୁଆ ମଧ୍ୟ ଅଛନ୍ତି। ଘର ତଳେ ଏକ କରାଣି ଦୋକାନ ଥିଲା ଏବଂ ଦୋକାନ ଉପରେ ୨ ମହଲା ବିଶିଷ୍ଟ ଏକ ଛୋଟ ଘର ତିଆରି ହୋଇଥିଲା। ଦୋକାନରେ ସଟ୍‌ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପରେ ନିଆଁ ପୂରା ଘରେ ବ୍ୟାପି ଯାଇଥିଲା। ନିଆଁ ଲାଗିବା ସମୟରେ ପୂରା ପରିବାର ଗୋଟିଏ ରୁମ୍‌ରେ ଶୋଇଥିଲେ। ଏମାନେ ସମସ୍ତେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନେକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ଦୋକାନ ଏବଂ ଘରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking