32.1 C
Bhubaneswar
Sunday, June 1, 2025
Homeଓଡିଶା୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ଚତୁର୍ଥ ଦିନରେ ୭ଟି ମ୍ୟାଚ

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ଚତୁର୍ଥ ଦିନରେ ୭ଟି ମ୍ୟାଚ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ଚତୁର୍ଥ ଦିନରେ ୭ଟି ମ୍ୟାଚ ଖେଳାଯାଇଛି।
ଗୁରୁବାର ପ୍ରଥମ ମ୍ୟାଚ ସିଆଇଏସଏଫ ଓ ଏସଏସବି ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍‌ଯାଚରେ ସିଆଇଏସଏଫ, ଏସଏସବି ଦଳକୁ ୩-୨ ଗୋଲ ବ୍‌ଯବଧାନରେ ପରାସ୍ତ କରିଛି। ଦ୍ୱିତୀୟ ମ୍‌ଯାଚ ଏସଏସବି ଓ କେରଳ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍‌ଯାଚରେ ବିଏସଏଫ, କେରଳ ପୋଲିସ ଦଳକୁ ୬-୦ ଗୋଲ ବ୍‌ଯବଧାନରେ ହରାଇଛି । ସେହିପରି ସିଆରପିଏଫ ଓ ତାମିଲନାଡୁ ପୋଲିସ ମଧ୍ୟରେ ତୃତୀୟ ମ୍‌ଯାଚ ଖେଳାଯାଇଥିଲା। ଏହି ମ୍‌ଯାଚରେ ସିଆରପିଏଫ, ତାମିଲନାଡୁ ପୋଲିସ ଦଳକୁ ୫-୨ ଗୋଲ ବ୍ୟବଧାନରେ ହରାଇଛି। ଚତୁର୍ଥ ମ୍‌ଯାଚ ପଶ୍ଚିମବଙ୍ଗ ଓ ମଣିପୁର ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ମଣିପୁର ପଶ୍ଚିମବଙ୍ଗ ପୋଲିସ ଦଳକୁ ୪-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି । ପଞ୍ଚମ ମ୍ୟାଚ ମହିଳା ବିଭାଗରେ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ମହିଳା ପୋଲିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍‌ଯାଚରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ପୋଲିସ ଦଳକୁ ୩ – ୦ ଗୋଲ ବ୍‌ଯବଧାନରେ ପରାସ୍ତ କରିଛି।

ସେହିପରି ତ୍ରିପୁରା ଓ ପଞ୍ଜାବ ପୋଲିସ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ ଖେଳା ଯାଇଥିଲା। ଏହି ମ୍ୟାଚରେ ପଞ୍ଜାବ , ତ୍ରିପୁରା ପୋଲିସ ଦଳକୁ ୮ – ୦ ଗୋଲରେ ପରାସ୍ତ କରିଛି । ସପ୍ତମ ତଥା ଆଜିର ଶେଷ ମ୍ୟାଚ ଆଇଟିବିପି ଓ ଚଣ୍ଡିଗଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆଇଟିବିପି, ଚଣ୍ଡିଗଡ ପୋଲିସ ଦଳକୁ ୪-୧ ଗୋଲରେ ପରାସ୍ତ କରିଥିଲା । ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ବି. ପରମେଶ୍ୱରନ, ଖେଳ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ନିଖିଲ ପବନ କଲ୍‌ଯାଣ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନିର୍ଦ୍ଦେଶକ, ବିପିଏସପିଏ), ଶ୍ରୀ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଶ୍ରୀ ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଶ୍ରୀ ଅନୁପ କୁମାର ସାହୁ, ଡିଆଇଜି (କ୍ରାଇମବ୍ରାଞ୍ଚ) ଶ୍ରୀ ବାତୁଳା ଗଙ୍ଗାଧର, ରେଳବାଇ ଏସପି ଶ୍ରୀ ବିବେକାନନ୍ଦ ଶର୍ମା ପ୍ରମୁଖ ବିଭିନ୍ନ ମ୍‌ଯାଚ ଗୁଡିକରେ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking