27.1 C
Bhubaneswar
Friday, December 12, 2025
Homeଓଡିଶାଭୁବନେଶ୍ୱର ବିମାନବନ୍ଦରରୁ ଆଜି ୭ ଉଡାଣ ବାତିଲ

ଭୁବନେଶ୍ୱର ବିମାନବନ୍ଦରରୁ ଆଜି ୭ ଉଡାଣ ବାତିଲ

ଭୁବନେଶ୍ୱର: କମୁନି ଇଣ୍ଡିଗୋ ବିଭ୍ରାଟ । ଏକାଧିକ ଉଡାଣ ବାତିଲ । ଯାତ୍ରୀ ହେଉଛନ୍ତି ହନ୍ତସନ୍ତ । ଭୁବନେଶ୍ୱର ବିମାନବନ୍ଦରରୁ ଗତକାଲି ୮ ଟି ଉଡାମ ବାତିଲ କରାଯାଇଥିବା ବେଳେ ଆଜି ୭ଟି ଇଣ୍ଡିଗୋ ଉଡାଣ ବିମାନ ବାତିଲ ହୋଇଛି । ଡିସେମ୍ବର ପ୍ରଥମ ସପ୍ତାହରେ ସବୁଠୁ ଅଧିକ ଅଦିକ ବିମାନ ସେବା ପ୍ରଭାବିତ ହୋଇଛି । ଏହି ସମୟରେ ଶତାଧିକ ଫ୍ଲାଇଟ କ୍ୟାନସଲ ହୋଇଛି । ଏହାଦ୍ୱାରା ଯାତ୍ରୀମାନେ ପ୍ରବଳ କ୍ଷତି ସହିଛନ୍ତି । ପ୍ରବଳ ବିରୋଧ ଓ ଅସନ୍ତୋଷ ପରେ ଡିଜିସିଏ ଏୟାରଲାଇନ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏବେ ଇଣ୍ଡିଗୋ ୩,୪ ଓ୫ ଡିସେମ୍ବରରେ ଉଡାଣ ରଦ୍ଦ କାରଣରୁ ପ୍ରଭାବିତ ଯାତ୍ରୀମାନଙ୍କୁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ଯାଏଁ କ୍ଷତିପୂରଣ ଦେବ । ଏହା ସହ ଏୟାର ଲାଇନ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଯାଏଁ କ୍ଷତିପୂରଣ ଦେବ । ଏହା ସହ ଏୟାରଲାଇନ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର ଅତିରିକ୍ତ ଟ୍ରାଭେଲ ଭାଉଚର ମିଳିବ । ଏହା ଦ୍ୱାରା କ୍ଷତିଗ୍ରସ୍ତ ଯାତ୍ରୀ ଆଶ୍ୱସ୍ତି ପାଇପାରିବେ । ଯାତ୍ରୀମାନେ ଏହି ଟ୍ରାଭେଲ ଭାଉଚରକୁ ଆସନ୍ତା ୧୨ ମାସ ମଧ୍ୟରେ ବ୍ୟବହାର କରିପାରିବେ ଭାରତରେ ଇଣ୍ଡିଗୋର ଯେକୌଣସି ଘରୋଇ ଉଡାଣ କିମ୍ବା ଅନ୍ତରାଷ୍ଟ୍ରୀୟ ରୁଟ ପାଇଁ ଭାଉଚରକୁ ବ୍ୟବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking