15.1 C
Bhubaneswar
Tuesday, January 13, 2026
Homeଓଡିଶାପିଲାମାନଙ୍କ ସୁସ୍ଥ ବିକାଶ ପାଇଁ ୭ଟି ଜରୁରୀ ଟୀକାକରଣ

ପିଲାମାନଙ୍କ ସୁସ୍ଥ ବିକାଶ ପାଇଁ ୭ଟି ଜରୁରୀ ଟୀକାକରଣ

ଭୁବନେଶ୍ୱର: ଜୀବନର ପ୍ରଥମ ବର୍ଷରେ ଟୀକାକରଣ ହାର ଉଚ୍ଚ ରହିଥିବା ବେଳେ ଏହି ହାର ଜନ୍ମର ୧ ବର୍ଷ ପରେ ଧିରେ ଧିରେ ହ୍ରାସ ପାଇଥାଏ। ତେଣୁ ଦେଶରେ ବହୁସଂଖ୍ୟକ ପିଲାଙ୍କର ଆଂଶିକ ଟୀକାକରଣ ହୋଇଛି। ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ପାଇଁ ସେମାନଙ୍କ ପାଇଁ ଜନ୍ମର ୧ ବର୍ଷ ପରେ ମଧ୍ୟ ଧାର୍ଯ୍ୟ ସମୟରେ ଟୀକାକରଣ କରାଇବା ଜରୁରୀ ଅଟେ। ଇଣ୍ଡିଆନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ୧ରୁ ୨ ବର୍ଷର ପିଲାଙ୍କ ପାଇଁ ୭ଟି ଟୀକାକରଣ କରାଇବାକୁ ପରାମର୍ଶ ଦେଇଛି। ସେଥିମଧ୍ୟରେ ଚିକେନପକ୍ସ ଓ ହେପାଟାଇଟିସ ଏ’ର ଦୁଇଟି ଡୋଜ୍‌, ମେନିଞ୍ଜିଟିସ୍ ଓ ଏମ୍‌ଏମ୍‌ଆର୍‌ର ୨ୟ ଡୋଜ୍‌, ପିସିଭି ଓ ଡିଟିପି ଏଚ୍‌ଆଇବି ଆଇପିଭିର ବୁଷ୍ଟର ଡୋଜ୍ ଏବଂ ଫ୍ଲୁର ଏକ ବାର୍ଷିକ ଡୋଜ୍ ସାମିଲ ରହିଛି। ଏହି ୭ଟି ଜରୁରୀ ଟୀକା ଚିକେନପକ୍ସ, ହେପାଟାଇଟିସ ଏ, ହେପାଟାଇଟିସ୍ ବି, ମେନିଞ୍ଜିଟିସ୍‌, ମିଜିଲ୍‌ସ, ମମ୍ପ୍‌ସ, ରୁବେଲା, ନିମୋନିଆ, ଇନ୍‌ଫ୍ଲୁଏଞ୍ଜା, ଡିପ୍‌ଥେରିଆ, ଟିଟାନସ୍‌, ପର୍‌ଟ୍ୟୁସିସ, ପୋଲିଓ ଓ ଏଚ୍‌ଆଇବି ଇନ୍‌ଫେକ୍ସନ ଭଳି ୧୪ଟି ରୋଗ ବିରୋଧରେ ସୁରକ୍ଷା ପ୍ରଦାନ କରିଥାଏ ବୋଲି ଡଃ ଆଶୁତୋଷ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ ୧ରୁ ୨ ବର୍ଷ ବୟସର ପିଲାମାନଙ୍କଠାରେ ଟୀକା-ପ୍ରତିରୋଧକ ରୋଗଗୁଡିକ କାରଣରୁ ଅନେକ ଜଟିଳତା ଦେଖାଦେଇପାରେ। ତେଣୁ ଏହି ବୟସ ବର୍ଗର ପିଲାମାନଙ୍କ ପାଇଁ ଇଣ୍ଡିଆନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଦ୍ୱାରା ୭ଟି ଟୀକାକରଣ ପାଇଁ ପରାମର୍ଶ ଦିଆଯାଇଛି ଯାହା ୧୪ଟି ରୋଗ ବିରୋଧରେ ସୁରକ୍ଷା ପ୍ରଦାନ କରିଥାଏ।

 

https://www.youtube.com/watch?v=ABmY35uHaOk
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking