28.1 C
Bhubaneswar
Tuesday, February 3, 2026
Homeଓଡିଶା୭ ଜିଲ୍ଲାରେ ପ୍ରବଳ ବର୍ଷିବ

୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବେନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିଝଡ଼ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା ମଧ୍ୟରେ କୌଣସି ଏକ ସ୍ଥାନରେ ଘୂର୍ଣ୍ଣିଝଡ଼ ‘ଦାନା’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ମଙ୍ଗଳବାର ସକାଳେ ଅବପାତର ରୂପ ନେଇଥିବା ବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ବାତ୍ୟା ପ୍ରଭାବରେ କାଲି ୭ ଜିଲ୍ଲାରେ ବର୍ଷିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡି ୱାନିଂ ଜାରି । ଜଗତସିଂପୁର , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱରରେ ରେଡି ୱାନିଂ ଜାରି । ମୟୁରଭଞ୍ଜ ,ଜଗତସିଂପୁର , କଟକରେ ଅତି ପ୍ରବଳ ବର୍ଷିବ। କିଛି ସ୍ଥାନରେ ୨୦ ରୁ ୩୦ ସେଣ୍ଟିମିଟର ବର୍ଷା ହେବା ସମ୍ଭାବନା । ୬ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ଗଂଜାମ, କେନ୍ଦୁଝର, ଢେଙ୍କାନାଳ , ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ୱାନିଂ । ପୁରୀ ଓ ନୟାଗଡ଼କୁ ମଧ୍ୟ ଅରେଞ୍ଜ ୱାନିଂ ଜାରି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking