35.1 C
Bhubaneswar
Monday, March 23, 2026
Homeଓଡିଶାଭିମସାରକୁ ୭ ଦିନର ମହଲତ

ଭିମସାରକୁ ୭ ଦିନର ମହଲତ

ସମ୍ବଲପୁର: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭିମସାରକୁ ପୁଣି ସାତ ଦିନ ମହଲତ । ସାତ ଦିନ ଭିତରେ ଫାଇନ ପଇଠ ସହ ନିୟମ ମାନିବାକୁ ତାଗିଦ୍। ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ଦର୍ଶାଯାଇଛି । ପ୍ରଦୂଷଣ ନିୟମର ସାଂଘାତିକ ଉଲଂଘନ ଅଭିଯୋଗ ହେବା ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ବୁର୍ଲା ଭିମ୍‌ସାରକୁ ୧୧ ଲକ୍ଷ ଟଙ୍କା ଫାଇନ୍‌ କରିଥିଲା। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଭିମସାର କର୍ତ୍ତୃପକ୍ଷଙ୍କ କଡ଼ା ଭର୍ସନା କରିଛନ୍ତି। ପଦକ୍ଷେପ ନେବାକୁ ପୁଣି ସାତଦିନର ମହଲତ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଠି ଅନୁସାରେ ଭିମ୍‌ସାର୍ ମେଡିକାଲ ଅଧ୍ୟକ୍ଷକଙ୍କୁ ଚିଠିଦେଇ ଜଳ ପ୍ରଦୂଷଣ ଅଧିନିୟମ ୧୯୭୪ ଓ ବାୟୁ ପ୍ରଦୂଷଣ ଅଧିନିୟମ ୧୯୮୧କୁ ଉଲଂଘନ କରିଥିବାରୁ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସମାଲୋଚନା କରିଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ୨୦୨୩ରେ ଭିମ୍‌ସାର୍‌ ହସ୍ପିଟାଲର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଯାଞ୍ଚ କରି ଚାରୋଟି ନିୟମର ଅନୁପାଳନ ହୋଇନଥିବାର ଜାଣିବାକୁ ପାଇଥିଲେ। ଫଳରେ ସେହି ସମୟରେ ୧୧ ଲକ୍ଷ ଟଙ୍କା ଫାଇନ ହୋଇଥିଲା | ଏଥିରେ ଇନସିନେରେଟର ଅପଗ୍ରେଡ ନହେବା, କସନ ଚାମ୍ବର ତାପମାତ୍ରା ଅଧିକ ରହିବା, ଡିସପ୍ଲେ ବୋର୍ଡ ନଦେବା ପରି ଭୁଲ ଧରିଥିଲେ ପ୍ରଦୂଷଣ ବୋର୍ଡ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking