29.1 C
Bhubaneswar
Monday, March 30, 2026
Homeଅପରାଧଡକାୟତି ଘଟଣାରେ ୭ ଗିରଫ, ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ

ଡକାୟତି ଘଟଣାରେ ୭ ଗିରଫ, ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ

ସାଲେପୁର: ସାଲେପୁର ବ୍ଲକ ଅର୍ନ୍ତଗତ ଜଗତପୁର ଥାନା ପାଗା ବାଜର ନିକଟରେ ଘଟିଥିବା ଡକାୟତି କରିଥିବା ଏକ ଡକାୟତି ଦଳର ୫ଜଣ ସମେତ ଅନ୍ୟ ୨ ଜଣ ଚୋରି ସାମଗ୍ରୀ ସଂଗ୍ରହ କରଇଥିବା ଅଭିଯୋଗ ମୋଟ ୭ଜଣଙ୍କୁ ଗିରଫ କରିବାରେ ଜଗତପୁର ପୁଲିସକୁ ସଫଳତା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡକାୟତି ଗ୍ୟାଙ୍ଗର ମୁଖ୍ୟ ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବନ୍ଧସାହି ଗ୍ରାମ ତଥା ଭୂବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ସାଲିଆସାହି ନିଳଚକ୍ର ନଗର ଅଞ୍ଚଳରେ ରହୁଥିବା ସଞ୍ଜୟ ନାୟକ(୨୩), କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ବେଗୁନିଆପଡା ଗ୍ରାମର ରଘୁନାଥ ଦାସ ଓରଫ ରଘୁ(୨୨), ସଦର ଥାନା ଅନ୍ତର୍ଗତ ନଖରା ସାସୋଳର ହିମାଂଶୁ ଶେଖର ପାତ୍ର ଓରଫ ସୁଶାନ୍ତ ଓରଫ ମଉସା(୩୨), ଓ ମାହାଙ୍ଗା ଥାନା ଅନ୍ତର୍ଗତ ପାଲ୍ଲିସାହି ଗ୍ରାମର ବୈଦୀଭୂଷଣ ଦାସ ଓରଫ ରାଜା(୨୮) ଓ ନୟାଗଡ ଜିଲ୍ଲା ବରପଲ୍ଲା ଗ୍ରାମର ଦିପକ ନାୟକ(୨୦),ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ମହାବୀର ଜୁଏଲୟାରୀର ନିଶ୍ଚନ୍ତକୋଇଲି କଟିକଟାର ରାଜା ଓରଫ ରଶ୍ମିରଂଜନ ପରିଡା (୨୫), ନିଶିନ୍ତକୋଇଲି ପଦ୍ମଲୋଚନ ସାହୁ (୫୨)।

ପୁଲିସ ସେମାନଙ୍କ ନିକଟରୁ ସୁନା ଅଳଙ୍କାର ସହ ବେଆଇନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଦୁଇଟି ବାଇକକୁ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କୁ ଶନିବାର ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୯ ତାରିଖ ରାତିରେ ପାଗା ବଜାରରେ ଥିବା ଅମରନାଥ ଅଳଙ୍କାର ଦୋକନ ମାଲିକ ବଗୁଲା ସାହୁ ଦୋକାନ ବନ୍ଦ୍ କରି ତାଙ୍କ ଭାଇଙ୍କ ସହ ସ୍କୁଟି ଯୋଗେ ପାଗା ଲକ୍ଷ୍ମୀନାରାୟଣପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ମହାଜନପୁର ଗ୍ରାମ ନିକଟରେ ୩ଜଣ ଅଜଣା ବ୍ୟକ୍ତି ସେମାନଙ୍କ ନିକଟକୁ ଆସି ଗୋଟିଏ ରାଉଣ୍ଡ ଗୁଳି ଚଳେଇବା ସହ ଖଣ୍ଡାରେ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ତଳେପଡିଯିବାରୁ ୩ଜଣ ବ୍ୟକ୍ତି ସେମାନଙ୍କ ସ୍କୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସଂପୃୃକ୍ତ ବ୍ୟକ୍ତିମାନେ ସ୍କୁଟି ଡିକିରୁ ୭୦୦ଗ୍ରାମ ଓଜନର ସୁନା ଅଳଙ୍କାର ସହ ନଗଦ ଟଙ୍କା ନେଇ ସ୍କୁଟିକୁ ପାଟପୁର ଶିବମନ୍ଦିର ନିକଟରେ ଛାଡି ଚାଲିଯାଇଥିଲେ। ଏ ନେଇ ବଗୁଲା ଗତ ୧୦ ତାରିଖ ଦିନ ପାଗା ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା।

ଏଥିପାଇଁ ଜୋନ ୍‌୧ ଏସିପି ଅରୁଣ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଜଗତପୁର ଥାନା ଅଧିକାରୀ ଓମପ୍ରକାଶ ମହାନ୍ତିଙ୍କୁ ନେଇ ଏକ ସ୍ପେସାଲ ସ୍କ୍ୱାଡ୍ ଗଠନ କରାଯାଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଟିମ ଭୁବନେଶ୍ୱରସ୍ଥିତ ପଳାଶୁଣୀ ନିକଟରେ ଥିବା ମିଡ୍‌ଲ୍ୟାଣ୍ଡ ହୋଟେଲରୁ ଗ୍ୟାଙ୍ଗର ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୁଲିସ ପଚରାଉଚରା ପରେ ସେମାନେ ନିଜର ଅପରାଧ ସ୍ୱୀକାର କରିଥିଲେ। ଏଥିସହିତ ସେମାଙ୍କ କହିବା ଅନୁସାରେ ଏହି ବେଆଇନ ଗହଣା ରଖିଥିବା ଦୁଇ ଅଭିଯୁକ୍ତ ନିଶ୍ଚିିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ଗ୍ରାମ ୭ନମ୍ବର ୱାର୍ଡର ରଶ୍ମିରଞ୍ଜନ ଓ ନିଶ୍ଚିିନ୍ତକୋଇଲି ବଜାରରେ ଥିବା ମହାବୀର ଅଳଙ୍କାର ଦୋକନ ମାଲିକ ପଦ୍ମଲୋଚନଙ୍କୁ ପୁଲିସ ଗିରଫ କରିଥିଲା। ପଦ୍ମଲୋଚନଙ୍କ ନିକଟରୁ ତରଳା ଯାଇଥିବା ୭୩ ଗ୍ରାମ ଓଜନର ୨ଟି ସୁନା ବିସ୍କୁଟକୁ ପୁଲିସ ଜବତ କରିଛି। ଏଥିସହିତ ୧୭୫ ଗ୍ରାମ ଓଜନର ସୁନା ଗହଣା, ୟାମାହା ବାଇକ, ୧ଟା ବଜାଜ ପ୍ଲାଟିନା ଓ ଏକ ହାତତିଆରି ବନ୍ଧୁକ ପୁଲିସ ଜବତ କରିଛି। ହ୍ୟାଙ୍ଗ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ନାୟକ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ କହିଛି। ଗିରଫ ୭ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ପୁଲିସ ସୂଚନାରୁ ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking