26.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶକାନାଡାରେ ୭ ତୀବ୍ରତାର ଭୂମିକମ୍ପ ଝଟକା

କାନାଡାରେ ୭ ତୀବ୍ରତାର ଭୂମିକମ୍ପ ଝଟକା

କାନାଡା: କାନାଡାରେ ଭୂମିକମ୍ପ ଝଟକା ଅନୁଭୂତ । ଏହି ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୭ ଥିବା ରେକର୍ଡ କରାଯାଇଛି । ଭୂମିକମ୍ପଟି ପ୍ରାୟ ୧୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଏହା ଶନିବାର ଆଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଏକ ଦୁର୍ଗମ ଅଞ୍ଚଳରେ ଅନୁଭୂତ ହୋଇଥିଲା । ଏହା ପରେ ଅନେକ ଛୋଟ ଛୋଟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ  କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ହୋଇନାହିଁ । ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ, ଏହି ଭୂମିକମ୍ପ ଆଲାସ୍କାରୁ ପ୍ରାୟ ୩୭୦ କିଲୋମିଟର ଉତ୍ତର-ପଶ୍ଚିମରେ ଏବଂ ୟୁକୋନର ହ୍ୱାଇଟ୍ହର୍ସରୁ ୨୫୦ କିଲୋମିଟର ପଶ୍ଚିମରେ ଅନୁଭୂତ ହୋଇଥିଲା । ୟୁଏସଜିଏସ୍ ଅନୁଯାୟୀ, ଏହା ଆଲାସ୍କାର ୟାକୁଟାଟ୍ ଠାରୁ ପ୍ରାୟ ୯୧ କିଲୋମିଟର ଦୂରରେ ଥିଲା, ଯାହାର ଜନସଂଖ୍ୟା ୬୬୨ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking