34.1 C
Bhubaneswar
Monday, March 31, 2025
Homeଓଡିଶାବାହାର ରାଜ୍ୟରେ ପଞ୍ଜିକୃତ ହୋଇଥିବା ୬୬୭୨ଟି ଯାନ ଓଡିଶାରେ ଚଳାଚଳ କରୁଛି

ବାହାର ରାଜ୍ୟରେ ପଞ୍ଜିକୃତ ହୋଇଥିବା ୬୬୭୨ଟି ଯାନ ଓଡିଶାରେ ଚଳାଚଳ କରୁଛି

ଭୁବନେଶ୍ୱର: ବର୍ତ୍ତମାନ ବାହାର ରାଜ୍ୟରେ ପଞ୍ଜିକରଣ ହୋଇଥିବା ୬୬୭୨ଟି ଯାନ ଓଡିଶାରେ ଚଳାଚଳ କରୁଛି । ଏଥି ମଧ୍ୟରେ ସର୍ବାଧିକ ୨୨୯୪ଟି ରହିଛି ମାଲ୍‍ ପରିବହନ ଯାନ । ଏହା ପଛକୁ ରହିଛି ୧୯୫୭ ଟି ଦୁଇ ଚକିଆ ଯାନ ଏବଂ ୧୬୯୫ଟି ମୋଟର କାର୍‍ । ଅନ୍ୟ ରାଜ୍ୟରେ ପଞ୍ଜିକୃତ ଗାଡି ଓଡିଶାରେ ଚାଲିବା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ୨୯ଟି ଆମ୍ବୁଲାନ୍ସ, ୧୭ଟି ଟ୍ରାକ୍ଟର, ୪୬ଟି କ୍ରେନ୍‍, ୩୮ଟି ଡମ୍ପର, ୨୯ଟି ଓମିନି ବସ୍‍ ସହିତ ଅନ୍ୟାନ୍ୟ ଯାନ ରହିଛି । ମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ଯାନ ଓଡିଶାରେ ଚଳାଚଳ କରିବା ନିମନ୍ତେ ଧାରା ୪୭ ଅନୁସାରେ ଓଡିଶାରେ ପଞ୍ଜିକକରଣ ନମ୍ବର ହାସ କରିପାରିବେ । ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ମାଲବାହୀ ଯାନ ଉକ୍ତ ରାଜ୍ୟରୁ ଜାତୀୟ ପରମିଟ୍‍ ଏବଂ କେନ୍ଦ୍ରୀୟ ମୋଟରଯାନ ନିୟମ ଅନୁଯାୟୀ ଓଡିଶାରେ ଚଳାଚଳ କରିପାରିବେ । ଓଡିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ଇ-ଚେକ୍‍ଗେଟ୍‍ ମାଧ୍ୟମରେ ଅନ୍ୟରାଜ୍ୟର ଯାନଗୁଡିକ ଅନଲାଇନ୍‍ରେ ପରମିଟ୍‍ ହାସଲକରି ଓଡିଶାରେ ଚଳାଚଳ କରିପାରିବେ । ବାହାର ରାଜ୍ୟରୁ ଓଡିଶାକୁ ଆସୁଥିବା ଯାନମାନଙ୍କ ଦ୍ୱାରା ଆମ ରାଜ୍ୟର କୌଣସି ରାଜସ୍ୱ କ୍ଷତି ହୁଏନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking