23.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶପାକସ୍ଥଳୀରୁ ବାହାରିଲା ବ୍ୟାଟେରି, ଚେନ୍‌, ବ୍ଲେଡ ସମେତ ୬୫ ଜିନିଷ, ନାବାଳକ ମୃତ

ପାକସ୍ଥଳୀରୁ ବାହାରିଲା ବ୍ୟାଟେରି, ଚେନ୍‌, ବ୍ଲେଡ ସମେତ ୬୫ ଜିନିଷ, ନାବାଳକ ମୃତ

ହାଥ୍‌ରସ୍‌: ଆଦିତ୍ୟ ଶର୍ମା ନାମକ ଜଣେ ୧୪ ବର୍ଷୀୟ ନାବାଳକର ପାକସ୍ଥଳୀରୁ ବ୍ୟାଟେରୀ, ଚେନ୍‌, ବ୍ଲେ୍‌ଡ୍‌, ସ୍କ୍ର‌୍ୟୁ ଭଳି ପ୍ରାୟ ୬୫ଟି ଜିନିଷକୁ ବାହାର କରାଯାଇଛି। ଡାକ୍ତରୀ ଦଳ ବହୁ ପରିଶ୍ରମ କରି ଅସ୍ତ୍ରୋପଚାର ମାଧ୍ୟମରେ ଏସବୁ ସାମଗ୍ରୀକୁ ବାହାର କରିଥିଲେ ମଧ୍ୟ ନାବାଳକକୁ ବଞ୍ଚାଇପାରିନାହାନ୍ତି। ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲାରୁ ଏପ୍ରକାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ ନାବାଳକଟି ଜାଣିଶୁଣି ଏସବୁ ଜିନିଷକୁ ଦୀର୍ଘ ସମୟ ଧରି ଗିଳିଦେଉଥିଲେ। ଇତି ମଧ୍ୟରେ ତାଙ୍କ ଅନ୍ତ୍ରନଳୀ ସଂକ୍ରମଣ ହୋଇପଡିଥିଲା। ଆଦିତ୍ୟ ନିଜ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତା’କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କ ପାକସ୍ଥଳୀରେ କିଛି ସାମଗ୍ରୀ ରହିଥିବା ଜଣାପଡିବା ପରେ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଅସ୍ତ୍ରୋପଚାର ପରେ ପରେ ଅନ୍ତ୍ରନଳୀରେ ଦୃତଗତିରେ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହା ସହିତ ହୃତସ୍ପନ୍ଦନ ହାର ୨୮୦ ପ୍ରତି ମିନିଟ ହୋଇଯାଇଥିଲା। ଯାହାଫଳରେ ଆଦିତ୍ୟଙ୍କର ମୃତ୍ୟୁ ଘଟିଥିଲା। ସେ ତାଙ୍କ ମା’ବାପାଙ୍କର ଏକମାତ୍ର ସନ୍ତାନ ଥିବାବେଳେ ୯ମ ଶ୍ରେଣୀରେ ପଢୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking