32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶ୬୪ ଜୀବନ ନେଲା ସାମୁଦ୍ରିକ ଝଡ଼ ‘ହେଲେନ’

୬୪ ଜୀବନ ନେଲା ସାମୁଦ୍ରିକ ଝଡ଼ ‘ହେଲେନ’

ୱାଶିଂଟନ: ସାମୁଦ୍ରିକ ଝଡ଼ ‘ହେଲେନ’ ଆମେରିକାର ବିଭିନ୍ନ ପ୍ରାନ୍ତରେ ୬୪ଜଣଙ୍କ ଜୀବନ ନେଇଛି। ଗୁରୁବାର ରାତିରେ ହେଲେନ ଫ୍ଲୋରିଡ଼ା ଉପକୂଳ ଛୁଇଁବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲା। ହେଲେନ ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ପବନ ହେଉଥିବା ଜଣାପଡ଼ିଛି। ପ୍ରବଳ ପବନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଏଥିସହ ବହୁସଂଖ୍ୟକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ପବନ ସହ ପ୍ରବଳ ବର୍ଷା ହେବାରୁ ରାସ୍ତାଘାଟ ଜଳମଗ୍ନ ହୋଇ ପଡ଼ିଥିଲା। ଫ୍ଲୋରିଡ଼ାରୁ ହେଲେନ ଉତ୍ତର ଦିଗକୁ ଗତି କରି ଜର୍ଜିଆ, ଟେନେସି ଓ କାରିଲିଅନ୍ସ ଆଦି ଅଞ୍ଚଳକୁ ପ୍ରବେଶ କରିଥିଲା। ତେବେ ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୫୫ କିଲୋମିଟରକୁ କମି ଯାଇଥିଲା।

ଅନ୍ୟପକ୍ଷରେ ବର୍ଷା ଜାରି ରହିଥିବାରୁ ସେ ଅଞ୍ଚଳର ପରିସ୍ଥିତି ଚିନ୍ତାଜନକ ରହିଛି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୟୁନିକୋଇ କାଉଣ୍ଟିର ଏକ ଡାକ୍ତରଖାନା ଛାତ ଉପରେ ଆଶ୍ରୟ ନେଇଥିବା ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ରାସ୍ତାରେ ପାଣି ଚାଲିଥିବାରୁ ଘରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି। ତେବେ ଗାଡ଼ି ଚଳାଚଳରେ ଅସୁବିଧା ଦେଖା ଦେଇଥିବାରୁ ଉଦ୍ଧାର କାର୍ଯ୍ୟରେ ବୋଟ୍‌ ଓ ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ଟେନେସି ଅଞ୍ଚଳରେ ଥିବା ଏକ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଏହାର ଅବବାହିକାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିବା ପ୍ରଶାସନ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking