33.1 C
Bhubaneswar
Monday, February 23, 2026
Homeଓଡିଶାଆଠଗଡ ବନଖଣ୍ଡରେ ୬୩ କର୍ମଚାରୀଙ୍କ ପଦବୀ ଖାଲି

ଆଠଗଡ ବନଖଣ୍ଡରେ ୬୩ କର୍ମଚାରୀଙ୍କ ପଦବୀ ଖାଲି

ଭୁବନେଶ୍ୱର : ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନଖଣ୍ଡର ଉନ୍ନତି କରଣ ଉପରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ଆଠଗଡ଼ ବନଖଣ୍ଡ ଅଧୀନରେ ଅଦ୍ୟାବଧୂ କେଉଁ କେଉଁ କ୍ଷେତ୍ରର ଉନ୍ନତିକରଣ ପାଇଁ କେତେ ଅର୍ଥ ମିଳିଛି ଓ ଏହା କିଭଳି ଭାବେ ବିନିଯୋଗ ହୋଇଛି ? ଆଠଗଡ଼ ବନଖଣ୍ଡରେ ଆଉ କେଉଁ କେଉଁ ପଦବୀ ତାଲିକା ଦେବା ସହ ସେଗୁଡିକ ପୂରଣ କରିବା ଦିଗରେ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ?

ବିଧାୟକଙ୍କ ପ୍ରଶ୍ନ ରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି , ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ଆଠଗଡ଼ ବିନଖଣ୍ଡ ଅଧୀନରେ ଅଦ୍ୟାବଧୂ ମୋଟ ୧୬.୮୦ କୋଟି ଅର୍ଥରାଶି ବ୍ୟୟରେ କାମ୍ପା, କାର୍ଯ୍ୟକ୍ରମ ବ୍ୟୟ ଯୋଜନା (ବନ୍ୟପ୍ରାଣୀ), ସବୁଜ ମହାନଦୀ ମିଶନ,ସବୁଜ ବଦ୍ଧିତ ବଳୟ ଆଦି ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ ସହିତ ନୂତନ ଜଳାଶୟ ସୃଷ୍ଟି, ଜଳାଶୟ ପୁନରୁଦ୍ଧାର, ଜଙ୍ଗଲ ରାସ୍ତା, ବନପାଳ ଓ ବନରକ୍ଷୀଙ୍କ ସରକାରୀ ବାସଗୃହ, ନିରୀକ୍ଷଣ ଗମ୍ବୁଜ , ହାତୀ ପ୍ରତିରୋଧକ ଖାଇ ଉନ୍ନତିମୂଳକ କାର୍ଯ୍ୟ କରାଯାଇଅଛି ।ଆଠଗଡ଼ ବନଖଣ୍ଡରେ ମୋଟ ୧୫୬ ଜଣ କର୍ମଚାରୀଙ୍କ ଆବଶ୍ୟକ ସ୍ଥଳେ ୯୩ ଜଣ କର୍ମଚାରୀ ଛନ୍ତି । ଅବଶିଷ୍ଟ ୬୩ ଗୋଟି ସ୍ଥାନ ଖାଲି ରହିଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking