17.1 C
Bhubaneswar
Wednesday, January 14, 2026
Homeଅପରାଧନାବାଳିକାଙ୍କୁ ବଳାତ୍କାର : ୬୦ ବର୍ଷୀୟ ବୃଦ୍ଧ ଗିରଫ

ନାବାଳିକାଙ୍କୁ ବଳାତ୍କାର : ୬୦ ବର୍ଷୀୟ ବୃଦ୍ଧ ଗିରଫ

କୋରୁକୋଣ୍ଡା: ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ମାଲାକାନଗିରି ଜିଲା ଓରକେଲ ଥାନା ପୋଲିସ ଶ୍ୟାମ ସୀସା(୬୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ, ଜଣେ ୧୬ ବର୍ଷୀୟା ନାବାଳିକା ୪ ମାସ ତଳେ ଧାନ ବିଲକୁ କାମ କରିବାକୁ ଯାଇଥିଲେ। ପୂର୍ବରୁ ସେଠାରେ କାମ କରୁଥିବା ଶ୍ୟାମଙ୍କ ସହ ଭେଟ ହୋଇଥିଲା। କିଛି କାମ ଅଛି ବୋଲି କହି ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲକୁ ଡାକିନେଇ ଶ୍ୟାମ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ।

କାହାରିକୁ ଏ କଥା ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଭୟରେ ନାବାଳିକା ଜଣଙ୍କ ଘରେ କାହାରିକୁ ଜଣାଇ ନ ଥିଲେ। କିଛିଦିନ ତଳେ ନାବାଳିକା ପେଟ କାଟିବାରୁ ସେ ତାଙ୍କ ମା ଙ୍କୁ କହିଥିଲେ। ନାବାଳିକାଙ୍କୁ କୁଡୁମୁଲୁଗୁମ୍ମାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇବା ପରେ ସେ ଗର୍ଭବତୀ ଥିବା ଡାକ୍ତର କହିଥିଲେ। ଘଟଣା ସମ୍ପର୍କରେ ନାବାଳିକାଙ୍କୁ ପଚାରିବାରୁ ସେ ସତ କଥା ମା’ଙ୍କ ଆଗରେ କହିଥିଲେ। ନାବାଳିକାଙ୍କ ମା ଓରକେଲ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ। ଏସ୍‌ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣା ତଦନ୍ତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking