ଭୁବନେଶ୍ୱର : ଉତ୍କର୍ଷ ଓଡିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ବିଭିନ୍ନ ରାଙ୍କର ୪୦୦ରୁ ଉଦ୍ଧ୍ୱ ଅଫିସର ମୁତୟନ ହେବେ । ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଆସନ୍ତା କାଲିଠୁ ଦୁଇ ଦିନ ଧରି ଜନତା ମଇଦାନରେ ଚାଲିବ ଉତ୍କର୍ଷ ଓଡିଶା ସମ୍ମିଳନୀ । ବିଭିନ୍ନ ଦେଶରୁ ଆସିବ ବଡ ବଡ ଶିଳ୍ପପତି ।