19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶପୂର୍ବ କଙ୍ଗୋରେ ବିଦ୍ରୋହୀଙ୍କ ଆକ୍ରମଣରେ ୬୦ ମୃତ

ପୂର୍ବ କଙ୍ଗୋରେ ବିଦ୍ରୋହୀଙ୍କ ଆକ୍ରମଣରେ ୬୦ ମୃତ

ନୂଆଦିଲ୍ଲୀ: ପୂର୍ବ କଙ୍ଗୋର ଟୟୋରେ ଇସଲାମିକ ଷ୍ଟେଟ ସହ ଜଡିତ ବିଦ୍ରୋହୀଙ୍କ ଆକ୍ରମଣରେ  ୬୦ ଜଣଙ୍କ ମୃତ୍ୟୁ ହୋଇଛି ।  ମଙ୍ଗଳବାର ଏକ ଅନ୍ତ୍ୟେଷ୍ଟି ପାଇଁ  ଲୋକମାନେ ଏକାଠି ହୋଇଥିବା ବେଳେ  ବିଦ୍ରୋହୀ ଏଡିଏଫପକ୍ଷରୁ  ସେମାନଙ୍କ ଉପରେ  ଆକ୍ରମଣ କରାଯାଇଥିଲା ।   ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ  ସୂଚନା ଅନୁଯାୟୀ,  ୧୦ ଜଣ ସେଠାରେ ଲୋକଙ୍କୁ ଧାଡିରେ ଠିଆ କରାଇ ସେମାନଙ୍କ ବେକ କାଟିବା ଆରମ୍ଭ କରିଥିଲେ । ଲୋକଙ୍କ କରୁଣ ଚିତ୍କାର  ଶୁଣି  ମୁଁ ଭୟରେ  ଅଚେତ ହୋଇଯାଇଥିଲି । ଟୟୋର ଲୁବେରା ଅଞ୍ଚଳର ଜଣେ ପ୍ରଶାସକ ଆଲେନ କିୱେୱାଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ  ମୃତକଙ୍କ ସଂଖ୍ୟା ପ୍ରାୟ ୬୦ ହେବ ।  ତେବେ ପ୍ରକୃତ ମୃତକଙ୍କ ସଂଖ୍ୟା ଗଣନା ପରେ ଜଣାପଡିବ । କଙ୍ଗୋ ଓ ଉଗାଣ୍ଡାର ସାମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା  ଏଡିଏଫ ପକ୍ଷରୁ ଅଧିକ ଆକ୍ରମଣ କରାଯାଉଛି । ମଙ୍ଗଳବାର ଉତ୍ତର କିଭୁର ବେନି ଅଞ୍ଚଳରେ ଏଡିଏଫ ପକ୍ଷରୁ  ଆଉ ଏକ ଆକ୍ରମଣରେ  ୧୮ ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୯ରୁ ଇସଲାମିକ ଷ୍ଟେଟ ପାଇଁ  କାମ କରୁଥିବା  ଏଡିଏଫ ବିଦ୍ରୋହୀଙ୍କୁ  ଦମନ ପାଇଁ ଉଭୟ  କଙ୍ଗୋ ଓ ଉଗାଣ୍ଡା ଟାର୍ଗେଟ କରୁଥିଲେ ମଧ୍ୟ ସେମାନଙ୍କ ଆକ୍ରମଣ ବଢିବାରେ ଲାଗିଛି । ଜୁଲାଇରେ ମଧ୍ୟ ଏହା ବଡ ଧରଣର ଆକ୍ରମଣ କରି ଅନେକ ଲୋକଙ୍କ ଜୀବନ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking