24.1 C
Bhubaneswar
Tuesday, March 10, 2026
Homeଦେଶ ବିଦେଶମନ୍ଦିର ପଛରେ ୬ ବର୍ଷର କୁନି ଝିଅକୁ ଗଣଦୁଷ୍କର୍ମ

ମନ୍ଦିର ପଛରେ ୬ ବର୍ଷର କୁନି ଝିଅକୁ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ: ପବିତ୍ର ସ୍ଥାନରେ ବଳାତ୍କାର, ସେ ପୁଣି ଜଣେ ୬ ବର୍ଷର କୁନି ଝିଅକୁ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କାନପୁରର ଘଟମପୁର ସହରରେ। ଆଜିକା ସମୟରେ ମାନବିକତା ବୋଲି ଗୋଟେ ଜିନିଷ ଆଉ ନାହିଁ। ଲୋକେ ଦେହର ଭୋକ ପାଇଁ ଏତେ ହିଂସ୍ର ହୋଇଯାଉଛନ୍ତି ଯେ, ଛୋଟ ଛୋଟ ଝିଅଙ୍କୁ ମଧ୍ୟ ଛାଡ଼ୁନାହାଁନ୍ତି। ଜବାହାର ନଗର ଅଞ୍ଚଳର ଏକ ମନ୍ଦିର ପଛରେ ଜଣେ ଯୁବକ ଗୋଟେ ୬ ବର୍ଷର ଝିଅକୁ ବଳାତ୍କାର କରିଛି। ଝିଅଟି ଯେତେବେଳେ ନିଜକୁ ବଞ୍ଚେଇବା ପାଇଁ ରଡି କଲା, ସେତେବେଳେ ଅଭିଯୁକ୍ତ ଜଣକ ତା’ ପାଟିରେ ଶୁଖିଲା ପତ୍ର ଭର୍ତ୍ତି କରି ତା’ ମୁଣ୍ଡକୁ ଇଟା ଏବଂ ପଥରରେ ଅନେକ ଥର ଆଘାତ କରି ଝିଅଟି ମରିଗଲା ଭାବି ଫେରାର ହୋଇଗଲା।

ଝିଅଟି ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଖୋଜାଖୋଜି କରୁଥିବା ସମୟରେ ରକ୍ତ ଜିଡୁବୁଡୁ ଅବସ୍ଥାରେ ମନ୍ଦିର ପଛରେ ସେମାନେ ଝିଅଟିକୁ ପାଇଲେ। ତା ପରେ ସେମାନେ ତୁରନ୍ତ UKG ଛାତ୍ରୀ ୬ ବର୍ଷୀୟ ଝିଅଟିକୁ ଘଟମପୁର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କର ଅବସ୍ଥା ଗୁରୁତର ଦେଖି ଡାକ୍ତରମାନେ ତାଙ୍କୁ କାନପୁରର ହାଲେଟ୍ ହସ୍ପିଟାଲକୁ ରେଫର କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କ କହିବା ଅନୁସାରେ, ସେମାନଙ୍କ ଘର ସାମ୍ନାରେ ରହୁଥିବା ଜଣେ ଟ୍ୟୁବୱେଲ ଅପରେଟରଙ୍କ ଭଣଜା ଜଣେ ନିଶା ନିଶାକାରୀ ଆଉ ସେ ହିଁ ଏସବୁ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking