aକନ୍ଧମାଳ: କନ୍ଧମାଳରେ ଲଜ୍ଜା । ବିସ୍କୁଟ ଦେଇ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରିଙ୍ରୋର୍ଟ ତଚାଲାଣ କରିଛି ପୋଲିସ । କନ୍ଧମାଳ ଗୋଚ୍ଛାପଡା ଥାନା ରୁ ଏଭଳି ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ନାବାଳିକା ଜଣଙ୍କ ଅଭିଯୁକ୍ତର ଘରକୁ ବୁଲିବାକୁ ଯାଇଥିଲା ା ସେହି ସମୟରେ ନାବାଳିକାକୁ ବିସ୍କୁଟ ଦେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏନେଇ ଶିଶୁଟି ପରିବାର ଲୋକଙ୍କୁ ଜଣାଇବା ପରେ ମାମଲା ଥାନାରେ ପହଞ୍ଚିଥିଲା । ପୋଲିସ ତଦନ୍ତ କରି ଅଭିଯୁକ୍ତ ଜଣଙ୍କୁ ଗିରଫ କରି ଚିକିତ୍ସା ପାଇଁ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।