24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶକାର୍ ଧକ୍କାରେ ୬ ଶ୍ରଦ୍ଧାଳୁ ମୃତ

କାର୍ ଧକ୍କାରେ ୬ ଶ୍ରଦ୍ଧାଳୁ ମୃତ

ପାଟନା: ବିହାର ବାଙ୍କା ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଏଠାରେ ଥିବା ଏକ ମହାଦେବ ମନ୍ଦିରକୁ ଯାଉଥିବା ପ୍ରାୟ ୨୦ଜଣ ଶ୍ରଦ୍ଧାଳୁଙ୍କୁ ଏକ ଦ୍ରୁତଗାମୀ କାର୍ ଜୋରଦାର ଧକ୍କା ଦେଇଥିଲା। ଏଥିରେ ଅନ୍ୟ ୧୨ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଘଟଣାସ୍ଥଳକୁ ଯାଇଥିବା ଏକ ପୁଲିସ୍ ଟିମ୍‌ଙ୍କ ଏକ ଗାଡ଼ିକୁ ନିଆଁ ଲଗାଇଦେଇଛନ୍ତି।

ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ପୁଲିସ୍ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ଏବଂ ଏପରି କରିଥିଲେ। ଖବର ପାଇ ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଗତ ରାତିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କାଉଡିଆ ଗଙ୍ଗା ନଦୀରୁ ପାଣି ଉଠାଇ ସୁଲତାନଗଞ୍ଜରୁ ଜେଷ୍ଠଗୋରନାଥ ମହାଦେବ ମନ୍ଦିରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking