25.1 C
Bhubaneswar
Friday, March 20, 2026
Homeଓଡିଶାଏନ୍‌କାଉଣ୍ଟରେ ୬ ନକ୍ସଲ ସଫା

ଏନ୍‌କାଉଣ୍ଟରେ ୬ ନକ୍ସଲ ସଫା

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ଆଜି ସକାଳୁ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିୟମ ଘଟିଛି। ଏହି ଗୁଳିବିନିମୟରେ ୬ ଜଣ ନକ୍ସଲ ନିପାତ ‌ହୋଇଥିବା ଜଣାପଡ଼ିଛି। ଏଥିସହ ବହୁ ପରିମାଣରେ ମାଓ ବିସ୍ଫୋରକ ସହ ବନ୍ଧୁକ ଜବତ କରାଯାଇଛି। ଏହା ପୂର୍ବରୁ ନାରାୟଣପୁର ସୀମାରେ ଗତ ୨୮ ତାରିଖରେ ଯବାନ ୪ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲେ। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ଓ ମେ ମାସରେ ଅପରେସନ ବ୍ଲାକ ଫରେଷ୍ଟରେ ୩୧ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରାଯାଇଥିଲା। ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ୨୦୦ ନକ୍ସଲ ମୃତ୍ୟୁବରଣ କରିସାରିଲେଣି। ସେହିଭଳି ୨୦୨୩ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ୪୫୩ ଜଣ ନକ୍ସଲ ମୃତ୍ୟୁବରଣ କରିସାରିଥିବା ବେଳେ ୧୬୧୬ ଜଣ ଗିରଫ ହୋଇଛନ୍ତି ଏବଂ ୧୬୬୬ ଜଣ ଆତ୍ମସମର୍ପଣ କରିସାରିଲେଣି। ବର୍ତ୍ତମାନ ଅପରେସନ-୨୦୨୬ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଏହାର ପ୍ରଥମ ସଫଳତା ଯବାନ ପାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking