ଭୁବନେଶ୍ୱର : ବିଜେଡିରୁ ୬ ବିଧାୟକ ନିଲମ୍ବିତ । ବିଜେଡି ପିଏସି ବୈଠକ ପରେ ପ୍ରମିଳା ମଲ୍ଲିକଙ୍କ ସୂଚନା । ପ୍ରମିଳା କହିଲେ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ କୁହାଯିବ । ବିଜେଡି ଆଇନଗତ ଲଢେଇ ଲଢ଼ିବ । ଅବୖଧ ଭୋଟ୍ ଗଣନା କରାଯାଇଛି । ସୂଚନାମୁତାବକ, ବିଜେଡିର ୮ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ । ତା ଭିତରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ପୂର୍ବରୁ ନିଲମ୍ବିତ ହୋଇସାରିଛନ୍ତି । ଆଜି ସନ୍ଧ୍ୟାରେ ନବୀନ ନିବାସରେ ପିଏସି ବୈଠକ ବସିଥିଲା। ଏହି ବୈଠକରେ ମୁଖ୍ୟତଃ ଦଳ ବିରୋଧୀ କାର୍ଯ୍ୟ କରି କ୍ରସ ଭୋଟିଙ୍ଗ କରିଥିବା ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି ବୋଲି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ, ଏହି ବିଧାୟକମାନେ ଗତକାଲି ଦଳ ପକ୍ଷରୁ ଜାରି କରାଯାଇଥିବା ‘କାରଣ ଦର୍ଶାଅ’ ନୋଟିସର ଜବାବ ଦେଇଥିଲେ।
ନିଲମ୍ବିତ ୬ ବିଧାୟକ ହେଲେ-
୧) ଚକ୍ରମଣି କହଁର
୨) ନବ କିଶୋର ମଲ୍ଲିକ
୩) ସୌଭିକ ବିଶ୍ୱାଳ
୪) ସୁବାସିନୀ ଜେନା
୫) ରମାକାନ୍ତ ଭୋଇ
୬) ଦେବୀ ରଞ୍ଜନ ତ୍ରିପାଠୀ
ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଜେଡି ଶୃଙ୍ଖଳା କମିଟି ସେହି ଉତ୍ତରଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବା ପରେ ନିଜର ରିପୋର୍ଟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଛି । ଆଜି ସନ୍ଧ୍ୟାରେ ଏହି ଉଚ୍ଚସ୍ତରୀୟ ବୈଠକରେ ପିଏସି ସଦସ୍ୟମାନେ ସେହି ରିପୋର୍ଟ ଉପରେ ଆଲୋଚନା କରିଥିଲେ। ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ତାହା ବୈଠକରେ ସ୍ପଷ୍ଟ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।











