ଭୁବନେଶ୍ୱର: ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି ରହିଛନ୍ତି । ୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନ କାରୀ ଭତ୍ତା ଅପେକ୍ଷାରେ ଅଛନ୍ତି । ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି । ୮୦ରୁ ଅଧିକ ବୟସ୍କ ୩୬୯୨ ଜଣ ଆବେଦନ କରି ଅପେକ୍ଷା କରିଛନ୍ତି । ୮୦%ରୁ ଅଧିକ ଭିନ୍ନକ୍ଷମ ୫୯୮୧ ଜଣ ଆବେଦନ କରି ଭତ୍ତା ଅପେକ୍ଷାରେ ରହିଛନ୍ତି । ଗଞ୍ଜାମରେ ସର୍ବାଧିକ ୬୫ ହଜାର ୫୫ ଜଣ ଭତ୍ତା ପାଇଁ ଅପେକ୍ଷା କରିଛନ୍ତି । କଟକରେ ସର୍ବାଧିକ ୫୬୫ ଜଣ ଭିନ୍ନକ୍ଷମ ବ୍ୟକ୍ତି ଅପେକ୍ଷାରେ ରହିଛନ୍ତି ।










