27.1 C
Bhubaneswar
Monday, January 12, 2026
Homeଦେଶ ବିଦେଶ୬ଘଣ୍ଟା ପରେ କୋରିଆରେ ଲାଗୁ ହେଲା ଆଇନ

୬ଘଣ୍ଟା ପରେ କୋରିଆରେ ଲାଗୁ ହେଲା ଆଇନ

ସିଓଲ: ଦକ୍ଷିଣ କୋରିଆରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ପାଇଁ ସାମରିକ ଆଇନ ଲାଗୁ ହୋଇଥିଲା । ସୁରକ୍ଷା ପ୍ରସଙ୍ଗ ଏବଂ ଉତ୍ତର କୋରିଆର କେତେକ ନୀତିକୁ ବିରୋଧୀ ଦଳଙ୍କ ସମର୍ଥନ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ତୀବ୍ରତା ସୃଷ୍ଟି ହୋଇଥିଲା । ସଂସଦରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିବା ବେଳେ, ସମୟରେ ହଠାତ୍‌ ମାର୍ଶଲ ଲ’ ଲାଗୁହେବା ଘୋଷଣା କରାଯିବାରୁ ଏହାକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଥିଲା । ଏହି ନିଷ୍ପତ୍ତି ବିରୋଧରେ ସଂସଦରେ ଭୋଟ୍ ଗ୍ରହଣ କରାଯାଇଛି। ଅନେକ ବିରୋଧୀ ସାଂସଦଙ୍କୁ ସେନା ଅଟକ ରଖିଛି। ଦକ୍ଷିଣ କୋରିଆ ସଂସଦରେ ଏକାଠି ହୋଇଥିବା ୧୯୦ ଜଣ ସାଂସଦ ସରକାରଙ୍କ ସାମରିକ ଆଇନ ଲାଗୁ ବିରୋଧରେ ଭୋଟ୍ ଦେଇ ଏହାକୁ ବେଆଇନ ଘୋଷଣା କରିଛନ୍ତି। ତେବେ ସରକାର ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇ ବିରୋଧୀ ଦଳଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ ଦେଶରେ ଜରୁରୀକାଳୀନ ସାମରିକ ଆଇନ ଘୋଷଣା କରିଥିବା ବେଳେ ଆଜି ପୁଣି ତାହାକୁ ୬ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking