33.1 C
Bhubaneswar
Thursday, June 5, 2025
Homeଓଡିଶାବଜ୍ରାଘାତରେ ରାଜ୍ୟରେ ୬ ମୃତ, ଅନେକ ଆହତ

ବଜ୍ରାଘାତରେ ରାଜ୍ୟରେ ୬ ମୃତ, ଅନେକ ଆହତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ବଜ୍ରାଘାତରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ୩ ଜଣ, ଗଞ୍ଜାମରେ ୨ଜଣ ଓ ଗଜପତିରେ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ହୋଇଯାଇଛି। କୋରାପୁଟ ଲକ୍ଷ୍ମୀପୁରରେ ଜେଜେ ମା’, ନାତୁଣୀ ଓ ଅନ୍ୟଜଣେ ମହିଳାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ପର୍ଡିଗୁଡ଼ା ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା କେବିରିବରପୁରରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ, ପୋଲସରା କବିସୂର୍ଯ୍ୟନଗର କେ. ବରିଡ଼ା ଗ୍ରାମରେ ଜଣେ ନାବାଳକ ଓ ଗଜପତି ଜିଲ୍ଲା ମୋହନା ଆର୍‌. ଉଦୟଗିରି କାନକଟାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking