15.1 C
Bhubaneswar
Monday, December 8, 2025
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ୬ ମୃତ

ସଡ଼କ ଦୁର୍ଘଟଣାରେ ୬ ମୃତ

ଗାନ୍ଧିନଗର: ଗୁଜରାଟର ଆନନ୍ଦ ଜିଲ୍ଲାରେ ଆଜି ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ୬ଜଣଙ୍କ ପ୍ରାଣ ହାନୀ ହୋଇଛି । ସେହିପରି ଅନ୍ୟ ୮ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ରାସ୍ତାକଡରେ ଛିଡା ହୋଇଥିବା ବସ୍‌କୁ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ଜୋରଦାର ଧକ୍କା ଦେଇଥିଲା । ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସ ଜାତୀୟ ରାଜପଥରେ ଆଜି ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଟ୍ରକ୍ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ହିଁ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ବସ୍‌ଟିର ଗୋଟିଏ ଟାୟାର ପମ୍ପଚର ହୋଇଯିବାରୁ ବସ୍‌ଟି ରାସ୍ତାକଡରେ ଛିଡା ହୋଇଥିଲା । ଏତିକିବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବସ୍‌ଟିକୁ ସାମ୍ନାପଟୁ ଧକ୍କା ଦେଇଥିଲା । ଖବର ପାଇ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking