24.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଇନୋଭା- ଟ୍ରକ ଧକ୍କାରେ ୬ ମୃତ

ଇନୋଭା- ଟ୍ରକ ଧକ୍କାରେ ୬ ମୃତ

ନୂଆଦିଲ୍ଲୀ : ବିଏମ୍‌ଡବ୍ଲ୍ୟୁ କାର୍ ସହ ରେସ୍ କରିବା ମହଙ୍ଗା ପଡ଼ିଲା। ଟ୍ରକ୍‌ରେ ପିଟିହେଲା ଇନୋଭା କାର୍‌। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଉତ୍ତରାଖଣ୍ଡର ଡେରାଡୁନରେ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇନୋଭା କାର୍‌ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ୩ ଯୁବକ ଓ ୩ ଯୁବତୀ ଅଛନ୍ତି। ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସମସ୍ତ ମୃତକଙ୍କ ବୟସ ୨୫ ବର୍ଷ ଭିତରେ ହେବ ଓ ସମସ୍ତେ ପାଠ ପଢ଼ୁଥିବା ଜଣାଯାଇଛି। ମୃତକ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଘର ଡେରାଡୁନରେ ବୋଲି ଜଣାଯାଇଛି। ସମସ୍ତ ୭ ଯୁବକଯୁବତୀ ଗତ ରାତିରେ ଲଙ୍ଗ ଡ୍ରାଇଭରେ ବାହାରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଦୁର୍ଘଟଣା ଘଟିବା ପୂର୍ବରୁ ଇନୋଭା କାର୍‌ଟି ପ୍ରାୟ ୧୨୦ କିମି ବେଗରେ ଗତି କରୁଥିବା ବେଳେ ଏକ ବିଏମ୍‌ଡବ୍ଲ୍ୟୁ  କାର୍ ସହ ରେସ୍ ଚଳାଇଥିଲା। ଏପରିକି ଇନୋଭା କାର୍‌ଟି ଦୁର୍ଘଟଣା ସ୍ଥଳଠୁ ମାତ୍ର ୬ଶହ ମିଟର ଦୂରରେ ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିବାକୁ ମାତ୍ର ୧୩ ସେକେଣ୍ଡ ଲାଗିଥିଲା। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବିଏମ୍‌ଡବ୍ଲ୍ୟୁ  କାର୍ ଚାଳକଙ୍କୁ ପଚରାଉଚରା କରିଥିଲା। ମାତ୍ର ହସ୍ପିଟାଲରେ ଥିବା ନିଜ ପରିଚିତଙ୍କୁ ଦେଖା କରିବାକୁ ସେମାନେ ରାତି ଅଧରେ ଯାଉଥିବା ପୁଲିସ୍ ସମ୍ମୁଖରେ କହିଥିଲେ ।ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁର୍ଘଟଣା ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking