31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପୃଥିବୀ ଆଡ଼କୁ ମାଡ଼ି ଆସୁଛି ୬ ଗ୍ରହାଣୁ

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ୬ ଗ୍ରହାଣୁ

ୱାଶିଂଟନ: ପୃଥିବୀ ନିକଟ ଦେଇ ୬ କ୍ଷୁଦ୍ର ଗ୍ରହ ଗୁରୁବାର ଅତିକ୍ରମ କରିବ ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ସୂଚନା ଦେଇଛି। ନାସା ପକ୍ଷରୁ ଉକ୍ତ କ୍ଷୁଦ୍ର ଗ୍ରହଗୁଡ଼ିକୁ ଚିହ୍ନଟ କରାଯାଇଛି। ଯଦିଓ ଏ ସମସ୍ତ କ୍ଷୁଦ୍ର ଗ୍ରହ ପୃଥିବୀ ପାଇଁ ବିପଦ ସୃଷ୍ଟି କରୁନାହିଁ ତଥାପି ପୃଥିବୀଠାରୁ ସେମାନଙ୍କର ନିକଟତର ହେବା ଦ୍ୱାରା ପୃଥିବୀ ନିକଟବର୍ତ୍ତୀ ବସ୍ତୁ(ଏନ୍‌ଇଓ)ର ବ୍ୟାପକ ଅଧ୍ୟୟନ ପାଇଁ ଏହି କ୍ଷୁଦ୍ର ଗ୍ରହଗୁଡ଼ିକୁ ମନିଟରିଂ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ନାସା କହିଛି। ସୂଚନା ଅନୁଯାୟୀ, ପ୍ରାୟ ୪୬୦ କୋଟି ବର୍ଷ ତଳେ ସୌର ପ୍ରଣାଳୀର ପ୍ରାରମ୍ଭିକ ଗଠନ ସମୟରେ ଏହାର ପଥର ଏବଂ ବାୟୁହୀନ ଅବଶିଷ୍ଟାଂଶଗୁଡ଼ିକ କ୍ଷୁଦ୍ର ଗ୍ରହ ଭାବେ ଧରାଯାଇଥାଏ। ସାଧାରଣତଃ କ୍ଷୁଦ୍ର ଗ୍ରହଗୁଡ଼ିକ ମୁଖ୍ୟତଃ ମଙ୍ଗଳ ଏବଂ ବୃହସ୍ପତି ଗ୍ରହ ମଧ୍ୟରେ ଥିବା ଆଷ୍ଟେରଏଡ୍‌? ବେଲ୍ଟରେ ମିଳିଥାଏ ଏବଂ ଏଗୁଡ଼ିକ ପ୍ରାୟତଃ ସୂର୍ଯ୍ୟର ପରିକ୍ରମା କରିଥାଏ। ଗ୍ରହଗୁଡ଼ିକଠାରୁ ଓଲଟା କ୍ଷୁଦ୍ର ଗ୍ରହଗୁଡ଼ିକ ସାଧାରଣତଃ ବାୟୁମଣ୍ଡଳ, ଆଗ୍ନେୟଗିରି କିମ୍ବା ପ୍ଲେଟ ଟେକ୍ଟୋନିକ୍ସ ପରି ଭୌଗୋଳିକ ପ୍ରକ୍ରିୟାକୁ ପ୍ରଦର୍ଶନ କରିବା ପାଇଁ ବହୁତ ଛୋଟ ହୋଇଥାଏ।

ସୌର ପ୍ରଣାଳୀରେ ଲକ୍ଷାଧିକ ସଂଖ୍ୟାରେ କ୍ଷୁଦ୍ର ଗ୍ରହ ରହିଛନ୍ତି, ଯେଉଁମାନଙ୍କର ଆକାର ଛୋଟ ପଥର ଠାରୁ ଆରମ୍ଭ କରି ୧୦୦ କିଲୋମିଟର ପର୍ଯ୍ୟନ୍ତ ବଡ଼ ପିଣ୍ଡ ସଦୃଶ ହୋଇଥାଏ। ଗୁରୁବାର କ୍ଷୁଦ୍ର ଗ୍ରହ ‘୨୦୨୩ଟିଜି୧୪’ ପୃଥିବୀଠାରୁ ୨୫ ଲକ୍ଷ କି.ମି.ର ସର୍ବନିମ୍ନ ଦୂରତା ଦେଇ ଅତିକ୍ରମ କରିବ ବୋଲି ନାସା କହିଛି। ୧୮ରୁ ୪୧ ମିଟର ଆନୁମାନିକ ବ୍ୟାସ ବିଶିଷ୍ଟ ଏହି କ୍ଷୁଦ୍ର ଗ୍ରହ ଅପେକ୍ଷାକୃତ ଛୋଟ ହୋଇଥିବାବେଳେ ଏହା ୬.୯ କି.ମି ପ୍ରତି ସେକେଣ୍ଡ ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ସେହିପରି ଗୁରୁବାର ପୃଥିବୀ ନିକଟ ଦେଇ ଗତି କରୁଥିବା ସମସ୍ତ ୬ କ୍ଷୁଦ୍ର ଗ୍ରହଗୁଡ଼ିକ ମଧ୍ୟରୁ ୩୬୩୩୦୫(୨୦୦୨ଏନ୍‌ଭି୧୬) ନାମକ ଆଷ୍ଟେରଏଡ୍ ସବୁଠାରୁ ବଡ଼। ଏହାର ଆକାର ୫୮୦ ଫୁଟ(ପ୍ରାୟ ୧୭୫ ମିଟର) ହୋଇଥିବାବେଳେ ବ୍ୟାସ ୧୪୦ ମିଟରରୁ ୩୧୦ ମିଟର ମଧ୍ୟରେ ରହିଛି। ଗୁରୁବାର ଏହି କ୍ଷୁଦ୍ର ଗ୍ରହ ପୃଥିବୀଠାରୁ ୪୫ ଲକ୍ଷ ୨୦ ହଜାର କି.ମି. ଦୂରତା ଦେଇ ଅତିକ୍ରମ କରିବ ବୋଲି ନାସା କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking