25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶତୁର୍କୀରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ

ତୁର୍କୀରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ

ତୁର୍କୀ: ପଶ୍ଚିମ ତୁର୍କୀରେ ଏକ ଶକ୍ତିଶାଳୀ ଭୂମିକମ୍ଫ ଝଟକା ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଯୋଗୁଁ ତିନୋଟି କୋଠା ଭୁଶିଡି ପଡିଛି। କୌଣସି ମୃତାହତର ରିପୋର୍ଟ ହୋଇନାହିଁ। ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ସଂସ୍ଥା, ଏଏଫଏଡି ଅନୁଯାୟୀ, ସୋମବାର ରାତିରେ ପଶ୍ଚିମ ତୁର୍କୀରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ବାଲିକେସିର ପ୍ରଦେଶର ସିନ୍ଦିର୍ଗି ସହରରେ କେନ୍ଦ୍ରୀଭୂତ ହୋଇଥିଲା। ସ୍ଥାନୀୟ ସମୟ ରାତି ୧୦:୪୮ ମିନିଟ୍‌ରେ ୫.୯୯ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂମିକମ୍ପ ପରେ ଅନେକ ପରବର୍ତ୍ତୀ ଝଟକା ଆସିଥିଲା, ଯାହା ଇସ୍ତାନବୁଲ ଏବଂ ଆଖପାଖ ଅଞ୍ଚଳ ବୁର୍ସା, ମାନିସା ଏବଂ ଇଜମିରରେ ଅନୁଭୂତ ହୋଇଥିଲା। ଗୃହମନ୍ତ୍ରୀ ଅଲି ୟେରଲିକାୟା କହିଛନ୍ତି ଯେ ସିନ୍ଦିର୍ଗିରେ ଅତି କମରେ ତିନୋଟି ଖାଲି କୋଠା ଏବଂ ଏକ ଦୁଇ ମହଲା ଦୋକାନ ଭୁଶୁଡ଼ି ପଡ଼ିଛି। ପୂର୍ବ ଭୂମିକମ୍ପରେ ଏହି କୋଠାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେଏହା ଯୋଗୁଁ ଦୁଇଜଣ ଆହତ ହୋଇଥିଲେ, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। “ଆମେ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ପାଇନାହୁଁ, କିନ୍ତୁ ଆମେ ଆମର ମୂଲ୍ୟାଙ୍କନ ଜାରି ରଖିଛୁ,” ସିନ୍ଦିର୍ଗି ଜିଲ୍ଲା ପ୍ରଶାସକ ଡୋଗୁକାନ କୋୟୁନକୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking