24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଭୂସ୍ଖଳନର ୫ମ ଦିନ ପରେ...; ପଥର ବୁକୁରୁ ୪ କଅଁଳ ଜୀବନ ଉଦ୍ଧାର

ଭୂସ୍ଖଳନର ୫ମ ଦିନ ପରେ…; ପଥର ବୁକୁରୁ ୪ କଅଁଳ ଜୀବନ ଉଦ୍ଧାର

ୱାୟନାଡ: କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୩୫୦ ଛୁଇଁଛି । ଶତାବ୍ଦୀର ଏପ୍ରକାର ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁଠି ଶହ ଶହ ଲୋକଙ୍କ ଜୀବନ ଯାଇଛି ସେଠାରେ ଏବେ ବି ଏକ ଆଶାର କିରଣ ଦେଖିବାକୁ ମିଳୁଛି । ରିପୋର୍ଟ ଅନୁସାରେ ଜଙ୍ଗଲ ଅଧିକାରୀଙ୍କ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଅଞ୍ଚଳରୁ ଦୀର୍ଘ ୫ଦିନ ପରେ ୪ ଶିଶୁ (୧ବର୍ଷରୁ ୪ବର୍ଷ) ଏବଂ ସେମାନଙ୍କ ମା’ ବାପା ସମେତ ମୋଟ୍ ୬ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଛି । ଏହା ଦୈବୀ ଚମତ୍କାର ବ୍ୟତୀତ ଅନ୍ୟ କିଛି ହୋଇନପାରେ ବୋଲି କୁହାଯାଉଛି ।
ଉଦ୍ଧାର ପରିବାର ପନିଆ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଭୂସ୍ଖଳନ ଦିନ ଏମାନେ ଏକ ବଡ଼ ପଥର ଅତଡା ତଳେ ଫସିରହିଥିଲେ । ଏସମ୍ପର୍କରେ ଜାଣିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ କଲପେଟ୍ଟା ରେଞ୍ଜର ବନାଧିକାରୀଙ୍କ ନେତୃତ୍ୱରେ ୪ ଜଣିଆ ଉଦ୍ଧାରକାରୀ ଦଳ ନିଜ ଜୀବନକୁ ବିପନ୍ନ କରି ମିଳିତ ଭାବେ ଦୀର୍ଘ ୮ ଘଣ୍ଟା ଧରି ଅପରେସନ୍ ଚଳାଇଥିଲେ । ଶେଷରେ ଏମାନଙ୍କ ପରିଶ୍ରମ ଯୋଗୁ ଗୋଟିଏ ପରିବାରକୁ ସଫଳତା ପୂର୍ବକ ସକୁଶଳ ଉଦ୍ଧାର କରାଯାଇପାରିଛି । ୫ଦିନ ଧରି କିଛି ଖାଇନଥିବା ପିଲାମାନଙ୍କ ପାଇଁ ଉଦ୍ଧାରକାରୀ ଦଳ ସାଙ୍ଗରେ କିଛି ଖାଦ୍ୟ ନେଇଯାଇଥିଲେ । ପ୍ରଥମେ ଶିଶୁଙ୍କୁ ଖୁଆଇଥିଲେ, ପରେ ସେମାନଙ୍କୁ ନିଜ ଦେହରେ କପଡାରେ ବାନ୍ଧି ତଳକୁ ଆଣିଥିଲେ । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ବନ ବିଭାଗ ରେସ୍କ୍ୟୁ ଟିମ୍‌ର ଏଭଳି କାର୍ଯ୍ୟକୁ କେରଳ ମୁଖ୍ୟମନ୍ତ୍ରୀ ପନିରାଇ ବିଜୟନ୍ ଭୂରି ପ୍ରଶଂସା କରିଛନ୍ତି । ଆମେ ସମସ୍ତେ ମିଶି ପୁଣି ପୁନଃନିର୍ମାଣ କରିବା ତଥା ମଜବୁତ ହୋଇ ଆଗକୁ ପୁଣି ଆଗେଇବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷେ କେରଳର ସୁପରଷ୍ଟାର ମୋହନଲାଲ୍ (ଟେରିଟୋରିଆଲ ଆର୍ମିରେ ଲ୍ୟୁଟିନାଣ୍ଟ କର୍ଣ୍ଣଲ ନିଯୁକ୍ତ)ଙ୍କୁ ଆଜି ସେନା ପୋଷାକରେ ୱାୟନାଡ୍ ଅଞ୍ଚଳରେ ଉଦ୍ଧାରକାରୀ ଟିମ୍‌ଙ୍କ ସହ ଦେଖିବାକୁ ମିଳିଥିଲା । ୱାୟନାଡ ଉପରେ ଆସିଥିବା ଏପ୍ରକାର ବିପର୍ଯ୍ୟୟ ପାଇଁ ସେ ସହାୟତାର ହାତ ବଢ଼ାଇଛନ୍ତି । ସେ ରାଜ୍ୟ ସରକାରଙ୍କ ପାଣ୍ଠିକୁ ପୀଡିତଙ୍କ ଥଇଥାନ କାର୍ଯ୍ୟ ପାଇଁ ୩ କୋଟି ଟଙ୍କା ଦାନ କରିଛନ୍ତି । ଅନ୍ୟପକ୍ଷେ ୱାୟନାଡରେ ଏବେ ବି ଉଦ୍ଧାର ପ୍ରକ୍ରିୟା ଏବଂ ମାଟିତଳୁ ଜୀବନ ଖୋଜିବା ପ୍ରକ୍ରିୟା ଜାରି ରହିଛି । ପୋତିହୋଇଯିବା ଫଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ମରଶରୀରକୁ ମଧ୍ୟ ଉଦ୍ଧାର କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking