33.1 C
Bhubaneswar
Monday, February 23, 2026
Homeଓଡିଶା୫୬ତମ ଏନ୍‌ଏସ୍‌ଏସ୍‌ ପ୍ରତିଷ୍ଠା ଦିବସ ପାଳିତ

୫୬ତମ ଏନ୍‌ଏସ୍‌ଏସ୍‌ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର:  ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆଜି ୫୬ତମ ଜାତୀୟ ସେବା ଯୋଜନା (ଏନ୍ଏସ୍‌ଏସ୍‌) ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜର ଅଭିଭାଷଣରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଏକ ସଶକ୍ତ ସମାଜ ଗଠନ ଦିଗରେ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀମାନଙ୍କର ରହିଥିବା ବଳିଷ୍ଠ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ “ଏକ ପେଡ଼ ମା’ କେ ନାମ- ୨.୦” କାର୍ଯ୍ୟକ୍ରମରେ ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୧ ଲକ୍ଷ ୪୦ ହଜାରରୁ ଉର୍ଦ୍ଧ୍ୱ ଚାରାରୋପଣ କରାଯିବା ଏବଂ ଓଡ଼ିଆ ପକ୍ଷ ପାଳନ ସମୟରେ ଓଡ଼ିଶା ରାଜ୍ୟ ଏନଏସ୍‌ଏସ୍‌ ଶାଖା ପକ୍ଷରୁ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ପ୍ରାୟ ୪,୮୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବା ଆଦି କାର୍ଯ୍ୟର ପ୍ରଶଂସା କରିଥିଲେ। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଯୋଗଦାନ ଦେବା ସହ ଏକ ସଶକ୍ତ ରାଷ୍ଟ୍ର ନିର୍ମାଣ ନିମନ୍ତେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ଏନଏସ୍‌ଏସ୍‌ ସ୍ବେଚ୍ଛାସେବୀମାନଙ୍କୁ ପ୍ରେରିତ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ଏନଏସ୍‌ଏସ୍‌ ଶାଖା ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଏନଏସ୍‌ଏସ୍‌ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀପ୍ରସନ୍ନ ମହାପାତ୍ର, ସିଏସ୍‌ୱାଇଡ଼ି,ଭୁବନେଶ୍ୱରର କୋ-ଫାଉଣ୍ଡର ଡ଼. ଜଗଦାନନ୍ଦ, ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ, ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉପଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking