26.1 C
Bhubaneswar
Sunday, March 23, 2025
Homeଓଡିଶାରାଜ୍ୟରେ ମିଶ୍ରଣ ହୋଇଛି ୫୬୧୯ଟି ବିଦ୍ୟାଳୟ

ରାଜ୍ୟରେ ମିଶ୍ରଣ ହୋଇଛି ୫୬୧୯ଟି ବିଦ୍ୟାଳୟ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହ୍ରାସ ଯୋଗୁଁ ରାଜ୍ୟରେ ୪୬୧୯ଟି ବିଦ୍ୟାଳୟର ମିଶ୍ରଣ କରାଯାଇଛି । ସବୁଠାରୁ ଅଧିକ ୩୦୮ଟି ବିଦ୍ୟାଳୟର ମିଶ୍ରଣ ହୋଇଛି ମୟୁରଭଞ୍ଜ ଜିଲ୍ଲାରେ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିଦ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ହ୍ରାସ ଯୋଗୁଁ ମୋଟ୍‍ ୪୬୧୯ଟି ବିଦ୍ୟାଳୟର ମିଶ୍ରଣ ହୋଇଥିବାବେଳେ ଏହି ତାଲିକାରେ ପୁରୀ ଜିଲ୍ଲାର ଗୋଟିଏ ହେଲେ ବିଦ୍ୟାଳୟ ନାହିଁ ।

ସବୁଠାରୁ କମ୍‍ ୪୩ଟି ବିଦ୍ୟାଳୟ ମାଲକାନଗିରି ଜିଲ୍ଲାରେ ଥିବାବେଳେ କେନ୍ଦୁଝରରେ ୫୩ଟି, ସୋନପୁରରେ ୬୧ଟି, ଝାରସୁଗୁଡାରେ ୬୫ ଓ ଦେବଗଡରେ ୬୮ଟି ବିଦ୍ୟାଳୟ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବନ୍ଦ ହୋଇଥିବା ବିଦ୍ୟାଳୟ ମଧ୍ୟରୁ ଢେଙ୍କାନାଳରେ ୨୨ଟି, ଦେବଗଡରେ ୧୦ଟି, ବରଡରେ ୭, ଯାଜପୁରରେ ୩ ଓ ଖୋର୍ଦ୍ଧା ଜିଲ୍ଲାରେ ୨ଟି ବିଦ୍ୟାଳୟ ଖୋଲିଛି । ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ବନ୍ଦ ହୋିଥିବା ବିଦ୍ୟାଳୟକୁ ପୁନଃ ଖୋଲାଯିବାପାଇଁ ରାଜ୍ୟସ୍ତରୀୟ କମିଟିରେ କୌଣସି ପ୍ରସ୍ତାବ ବିଚାରାଧିନ ନାହିଁ । କୌଣସି ପ୍ରସ୍ତାବ ହସ୍ତଗତ ହେଲେ ପ୍ରଥମେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଯାଞ୍ଚ କରାଯାଇଥାଏ ଓ ତା’ ପରେ ରାଜ୍ୟସ୍ତରୀୟ କମିଟିର ବିବେଚନାପାଇଁ ପଠାଯାଇଥାଏ । ରାଜ୍ୟସ୍ତରୀୟ କମିଟିର ସୁପାରିଶ୍‍ କ୍ରମେ ବନ୍ଦ ହୋଇଥିବା ବିଦ୍ୟାୟକୁ ପୁନଃ ଖୋଲିବାପାଇଁ ନୀତିଗତ ନିଷ୍ପତ୍ତିନେବାର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking