ଭୁବନେଶ୍ୱର: ଅପରେସନ୍ ଅନ୍ୱେଷଣ – ୨ରେ ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ପରିବାରଠାରୁ ବିଚ୍ଛିନ୍ନ ୫୪୫୧ ନିଖୋଜ ଶିଶୁ ଓ ମହିଳା ଉଦ୍ଧାର ହୋଇଛନ୍ତି । ଜାନୁଆରୀ ୨୧ରୁ ୩୦ ମଧ୍ୟରେ ଚାଲିଥିଲା ଅପରେସନ୍ ଅନ୍ୱେଷଣ – ୨ । ଡିଜିପି ଖୁରାନିଆଙ୍କ ନିର୍ଦ୍ଦେଶରେ ଚାଲିଥିଲା ଅପରେସନ୍ ଅନ୍ୱେଷଣ – ୨ । ଅଭିଯାନରେ ସବୁ ଜିଲ୍ଲା ଓ ସହରାଞ୍ଚଳ ପୋଲିସ ସକ୍ରିୟ ଭାବେ ସାମିଲ ଥିଲେ ।










