18.1 C
Bhubaneswar
Friday, December 19, 2025
Homeଓଡିଶା୫୪୦ କୋଟି ଦୁର୍ନୀତି ମାମଲା; ଅକାଳୀ ନେତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ ଖାରଜ

୫୪୦ କୋଟି ଦୁର୍ନୀତି ମାମଲା; ଅକାଳୀ ନେତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ୫୪୦ କୋଟି ଟଙ୍କାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ସଂଗ୍ରହ ଅଭିଯୋଗରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ ଅନୁଯାୟୀ ରୁଜୁ ଏକ ମାମଲାର ଶୁଣାଣି କରିଛନ୍ତି। ଏହିକ୍ରମେ ସୁପ୍ରିମକୋର୍ଟ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ନେତା ବିକ୍ରମ ସିଂହ ମାଜିଥିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟ ଏଭଳି ଏକ ମାମଲାରେ ଅନ୍ତରୀଣ ଜାମିନ୍ ଦେବାକୁ ସିଧାସଳଖ ମନା କରିଦେଇଛନ୍ତି। କେବଳ ସେତିକି ନୁହେଁ ସୁପ୍ରିମକୋର୍ଟ ନିୟମିତ ଜାମିନ ପାଇଁ ଆବେଦନ ଉପରେ ମଧ୍ୟ ମାଜିଥିଆଙ୍କୁ ନୋଟିସ ଜାରି କରିଛନ୍ତି। ବିଚାରପତି ବିକ୍ରମ ନାଥ ଏବଂ ଏନ୍ ଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଡିସେମ୍ବର ୪ ତାରିଖରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଜାମିନ ଆବେଦନ ଖାରଜ କରିବା ଆଦେଶକୁ ଚ୍ୟାଲେଞ୍ଜ କରି ତାଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୯, ୨୦୨୬ରେ କରାଯିବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରକାଶ, ୧୯୮୫ର ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନ୍‌ଡିପିଏସ୍‌) ଆଇନ ଅନୁଯାୟୀ ମାଜିଥିଆ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ପୂର୍ବରୁ ଏକ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର୍‌) ତଦନ୍ତ କରିଥିବା ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି)ର ଜୁନ୍ ୨୦୨୫ ରିପୋର୍ଟ ଉପରେ ଏହି ଦୁର୍ନୀତି ମାମଲା ରୁଜୁ କରାଯାଇଥିଲା। ରିପୋର୍ଟରେ ସେ ଏବଂ ତାଙ୍କ ପତ୍ନୀ ଅବୈଧ ସଂସ୍ଥା ମାଧ୍ୟମରେ ୫୪୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ଉଲ୍ଲେଖ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking