23.1 C
Bhubaneswar
Sunday, February 8, 2026
Homeଓଡିଶାମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ୫୧ ତମ ରାଜ୍ୟ ଅବକାରୀ କ୍ରୀଡା ସମାରୋହ ଉଦଘାଟିତ

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ୫୧ ତମ ରାଜ୍ୟ ଅବକାରୀ କ୍ରୀଡା ସମାରୋହ ଉଦଘାଟିତ

କଟକ: ରାଜ୍ୟ ସରକାର ବେଆଇନ ନିଶା ଓ ମାଦକ ଦ୍ରବ୍ୟ କାରବାରକୁ ରୋକିବା ଦିଗରେ ଦୃଢ ସଂକଳ୍ପ ବଦ୍ଧ ଅଛନ୍ତି I ଏଥିନେଇ ଅବକାରୀ ବିଭାଗ ପକ୍ଷରୁ “ନିଶା ନୁହେଁ ଜୀବନ” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି I ଅବକାରୀ ବିଭାଗର ଦକ୍ଷ ଅଧିକାରୀଙ୍କ ଦ୍ୱାରା ନିୟମିତ ଚଢ଼ାଉ ଫଳରେ ବହୁ ବେଆଇନ ନିଶା ଓ ମାଦକ ଦ୍ରବ୍ୟ କାରବାର ଅଞ୍ଚଳକୁ ଧ୍ବଂସ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଗିରଫ ହୋଇଛନ୍ତି I ଆଗାମୀ ଦିନରେ ଏହି ଧରଣର ଚଢ଼ାଉ ପ୍ରକ୍ରିୟାକୁ ଜୋରଦାର କରାଯିବା ସହ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି I ଏଥିଲାଗି ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଯୁଗପଯୋଗୀ ହେବାକୁ ପଡିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I

ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ ଠାରେ ଅବକାରୀ ବିଭାଗର ୫୧ ତମ ବାର୍ଷିକ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରି କହିଲେଯେ କାର୍ଯ୍ୟକ୍ଷେତ୍ରରେ ସଫଳ ହେବାକୁ ହେଲେ ନିଷ୍ଠାବାନ ହେବା ସହ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବାକୁ ପଡିବ I ଆଜି ଉଦଘାଟିତ ଏହି କ୍ରୀଡ଼ା ଉତ୍ସବ ବିଭାଗର ଅଧିକାରୀ ଓ କର୍ମଚାରଙ୍କ ମଧ୍ୟରେ ଖେଳୁଆଡ଼ ଭାବନା ସୃଷ୍ଟି କରିବା ସହ ଭବିଷ୍ୟତରେ ସେମାନଙ୍କୁ ଅଧିକ ଦକ୍ଷ କରି ଗଢ଼ିତୋଳିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ I ସମ୍ମାନିତ ଅତିଥି ଭାବେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା, ଅବକାରୀ ଆୟୁକ୍ତ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡି, ପୂର୍ବତନ ଅଲିମ୍ପିକ କ୍ରୀଡ଼ାବିତ ଡ଼. ଅନୁରାଧା ବିଶ୍ୱାଳ ଏବଂ କଳାକାର ତଥା ସମାଜସେବୀ ଶ୍ରୀମତୀ ପିଙ୍କି ପ୍ରଧାନ ଉପସ୍ଥିତ ରହି ଉଦ୍ଘାଟନୀ କାର୍ଯ୍ୟକ୍ରମର ଶୋଭାବର୍ଧନ କରିଥିଲେ। ଉତ୍ସବରେ ଅବକାରୀ ବିଭାଗ, ଅବକାରୀ ନିର୍ଦେଶାଳୟ ଓ OSBC ର ଅଧିକାରୀ ଓ କର୍ମଚାରୀବୃନ୍ଦ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉଦଘାଟନୀ କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଅଂଶ ଭାବେ ଶ୍ରୀ ଧନେଶ୍ୱର ବରାଦ, DSE ଙ୍କ ତତ୍ୱାବଧାନରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଏକ ସୁସଂଗଠିତ ପରେଡ଼ ଆୟୋଜିତ ହୋଇଥିଲା।

ଏହାପରେ ମୁଖ୍ୟ ଅତିଥି ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅବକାରୀ ବିଭାଗର ସଫଳତା ସମ୍ବଳିତ ଏକ ପୁସ୍ତିକା ଏବଂ ନିଶାଦ୍ରବ୍ୟ ଦ୍ରବ୍ୟ ବିରୁଦ୍ଧରେ ଜନସଚେତନତା ବୃଦ୍ଧି ନିମନ୍ତେ ପ୍ରସ୍ତୁତ IEC ଭିଡିଓ କୁ ଉନ୍ମୋଚନ କରିଥିଲେ। ସେହିପରି ଅବକାରୀ ବିଭାଗର କ୍ଷେତ୍ର ସ୍ତରର କାର୍ଯ୍ୟଦକ୍ଷତା ଓ ପ୍ରଯୁକ୍ତିମୂଳକ ସୁଦୃଢତାକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଅବକାରୀ ଜିଲ୍ଲାର ଅଧିକାରୀମାନଙ୍କୁ ୪୮ ଗୋଟି ବଡି କ୍ୟାମେରା ବଣ୍ଟନ କରିଥିଲେ। ଆଗାମୀ ଦିନରେ ସମସ୍ତ ଜିଲ୍ଲାର ଅଧିକାରୀମାନଙ୍କୁ ଉକ୍ତ କ୍ୟାମେରା ପ୍ରଦାନ କରାଯିବାର ଯୋଜନା ରହିଛି I ଏହା ସହିତ ଧରପକଡ କାର୍ଯ୍ୟକଳାପରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥିବା ବାଲେଶ୍ୱର, ମୟୁରଭଞ୍ଜ, ଭୁବନେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ ଜିଲ୍ଲାମାନଙ୍କୁ ଏବଂ EI & EB Unit (ND) ସମ୍ବଲପୁରକୁ ମାନ୍ୟବର ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

ଦୁଇଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡା ଉତ୍ସବରେ ଓଡିଶାର ସମସ୍ତ ୩୩ଟି ଅବକାରୀ ଜିଲ୍ଲା ଓ ୪ଟି EI & EB ୟୁନିଟରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାରେ ସର୍ବମୋଟ ୧୬ଟି ବିଭାଗରେ ୮୦୯ ଜଣ ପୁରୁଷ ପ୍ରତିଯୋଗୀ ଏବଂ ୧୧ଟି ବିଭାଗରେ ୧୮୧ ଜଣ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ୧୦୦ ମି ଦୌଡ଼, ୨୦୦ ମି ଦୌଡ଼, ୪୦୦ମି ଦୌଡ଼, ୮୦୦ ମି ଦୌଡ଼, ୧୫୦୦ ମି ଦୌଡ଼, ୩୦୦୦ ମି ଦୌଡ଼, ଲମ୍ବା ଡିଆଁ, ଉଚ୍ଚ ଡ଼ିଆଁ, ଟ୍ରିପଲ ଜମ୍ପ, ଶଟ ଫୁଟ ଥ୍ରୋ, ଦିଷ୍କସ ଥ୍ରୋ, ଜାଭେଲିନ ଥ୍ରୋ, ଭୋଲି ବଲ୍, ବ୍ୟାଡମିଣ୍ଟନ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି । ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍ଘାଟନୀ ଦିବସରେ ଅବକାରୀ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହୋଇଥିଲା। କ୍ରୀଡା ଉତ୍ସବଟି ଆସନ୍ତାକାଲି ତା ୦୮. ୦୨. ୨୦୨୬ ରିଖ ଅପରାହ୍ନ ତିନି ଘଟିକା ସମୟରେ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking