24.1 C
Bhubaneswar
Monday, March 23, 2026
Homeଓଡିଶା‘ଆହାର’ ପାଇଁ ୫୧୨ କୋଟି: ୨୦୨୫-୨୬ରୁ ୨୦୨୯-୩୦ ପାଇଁ ବ୍ୟୟବରାଦ

‘ଆହାର’ ପାଇଁ ୫୧୨ କୋଟି: ୨୦୨୫-୨୬ରୁ ୨୦୨୯-୩୦ ପାଇଁ ବ୍ୟୟବରାଦ

-ପ୍ରତ୍ୟେକ ଭୋଜନର ମୂଲ୍ୟ ୨୩ ଟଙ୍କା ରୁ ୨୭କୁ ବୃଦ୍ଧ
– ସରକାରୀ ସବ୍‌ସିଡି ୧୮ରୁ ୨୨ ଟଙ୍କାକୁ ବୃଦ୍ଧି
-ହିତାଧିକାରୀଙ୍କ ଅବଦାନ ୫ଟଙ୍କାରେ ଅପରିବର୍ତ୍ତିତ
-ବିମାନବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ୪୧୮୨ କୋଟି

ଭୁବନେଶ୍ୱର: ଏଣିକି ଆହାର ଯୋଜନାର ଖର୍ଚ୍ଚ ରାଜ୍ୟ ସରକାର ନିଜେ ବହନ କରିବେ। ଏଥିପାଇଁ ୫ ବର୍ଷ ପାଇଁ ୫୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ୨୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୋଟ୍ ୪ ବିଭାଗର ୫ ପ୍ରସ୍ତାବରେ ମୋହର ବାଜିଛି। ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତି କରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ୧ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨ ପ୍ରସ୍ତାବ ଅନ୍ତର୍ଭୁକ୍ତ। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ କହିଛନ୍ତି ଯେ, ନୂତନ ‘ଆହାର’ ଯୋଜନା କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ଲାଭ କରିଛି। ହିତାଧିକାରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଲୋକେ ୫ ଟଙ୍କା ମୂଲ୍ୟରେ ଭୋଜନ ଖାଇପାରିବେ। ସରକାର ଦେବେ ସବ୍‌ସିଡି। ପାଞ୍ଚ ବର୍ଷର ଅବଧି ଅର୍ଥାତ ୨୦୨୫-୨୬ରୁ୨୦୨୯-୩୦ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିପାଇଁ ୫୧୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ‘ଆହାର’ ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ପ୍ରତ୍ୟେକ ଭୋଜନର ମୂଲ୍ୟ ୨୩ ଟଙ୍କା ରୁ ୨୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିମଧ୍ୟରୁ ହିତାକାରୀଙ୍କ ଅବଦାନ ୫ ଟଙ୍କା ଅପରିବର୍ତ୍ତିତ ରହିଛି। ପ୍ରତି ଭୋଜନ ପାଇଁ ସରକାରୀ ସବ୍‌ସିଡି ୧୮ ଟଙ୍କାରୁ ୨୨ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟର ବିଭିନ୍ନ ସହରରେ ଥିବା ‘ଆହାର’ କେନ୍ଦ୍ରଗୁଡ଼ିକ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବା ଜାରି ରଖିବେ ବୋଲି ଶ୍ରୀ ଆହୁଜା ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବିମାନ ଚଳାଚଳ କ୍ଷେତ୍ର ପାଇଁ ଭିତ୍ତିଭୂମି ବିକାଶ ଓ ଆଧୁନୀକରଣ କରାଯିବ। ଏଥିରେ ବିମାନ ସଂଯୋଗ, ରକ୍ଷଣାବେକ୍ଷଣ, ମରାମତି, କର୍ଗୋ ଓ ଲଜେଷ୍ଟିକ ବିକାଶ, ନୂଆ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଇତ୍ୟାଦି ଅର୍ନ୍ତଭୁକ୍ତ ରହିଛି। ଏଥିପାଇଁ ୪.୧୮୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାକୁ କ୍ୟାବିନେଟ୍‌ର ମୋହର ବାଜିଛି। ସେହିପରି କୃଷି ଓ ପ୍ରାଣୀ ସଂପଦ ଯୋଜନାକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପ ଯୋଜନାକୁ କ୍ୟାବିନେଟ୍‌ର ଅନୁମୋଦନ ଦେଇଛନ୍ତି। ଏହି ଯୋଜନା ଆସନ୍ତା ୪ ବର୍ଷ ପାଇଁ ୨୯୪.୩୬ କୋଟି ଟଙ୍କା ବ୍ୟୟ ହେବ। ଉକ୍ତ ଯୋଜନା ଦ୍ୱାରା ୨୩ ,୭୩୫ କୃଷକ ଉପକୃତ ହେବେ। ରାଜ୍ୟର ଅତିରିକ୍ତ ଭାବେ ୫.୨ କେଜି ମୁଣ୍ଡା ପିଛା ବାର୍ଷିକ ମାଛ, ୭.୪ କେଜି ମୁଣ୍ଡା ପିଛା ବାର୍ଷିକ ମାଂସ ଉତ୍ପାଦନ ବୃଦ୍ଧି ହେବ ବୋଲି ଶ୍ରୀ ଆହଜା ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking