25.1 C
Bhubaneswar
Thursday, March 26, 2026
Homeଓଡିଶା୫ ହଜାର ବୋତଲ କଫ ସିରପ ଜବତ: ୨୦ ଗିରଫ

୫ ହଜାର ବୋତଲ କଫ ସିରପ ଜବତ: ୨୦ ଗିରଫ

ସମ୍ବଲପୁର: ସମ୍ବଲପୁର ପୁଲିସ ବେଆଇନ କପସିରଫ କାରବାରକୁ ବଡ଼ ଧରଣର ଚଢ଼ଉ କରିଛି। ୫୧୦୦ ବୋତଲ କୋରେକ୍ସ ଜବତ ସହ ୨୦ ଜଣକୁ ଗିରଫ କରିଛି ପୁଲିସ। ନଗଦ ୪୦ ହଜାର ଟଙ୍କା, ଗୋଟିଏ ପିକଅପ ଭ୍ୟାନ, କାର ସହ ୫ଟି ମୋବାଇଲ ଫୋନ ଜବତ କରିଛି। ବରେଇପାଲି ଥାନା ଅଂଚଳର ଗୋପାଳପାଲିରୁ କୋରେକ୍ସ ଜବତ କରାଯାଇଛି। କଟକରୁ ଏକ ପିକଅପ ଭ୍ୟାନ ଯୋଗେ ସମ୍ଵଲପୁର ଆଣିଥିଲେ। ଏହି ସ୍ଥାନରୁ ବିଭିନ୍ନ ଅଂଚଳକୁ କୋରେକ୍ସ ବିକ୍ରି ପାଇ ଯାଇଥାନ୍ତା। ଜବତ କୋରେକ୍ସର ମୂଲ୍ୟ ୧୭ ଲକ୍ଷ ୮୫ ହଜାର ଟଙ୍କା। ତେବେ ଘଟଣାରେ ଆଉ କେଉଁମାନେ ସମ୍ପୁକ୍ତ ଅଛନ୍ତି, କିଏ ପଠାଉଥିଲା କେବେଠୁ ଚାଲୁଥିଲା ବିଭିନ୍ନ ଦିଗରେ ପୁଲିସ ତଦନ୍ତ ଜାରି ରଖିଥିବା ସମ୍ବଲପୁର ଏସପି ମୁକେଶ ଭାମୁ ସାମ୍ବାଦିକ ସମ୍ମିଲନୀରେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking