14.1 C
Bhubaneswar
Thursday, January 15, 2026
Homeଓଡିଶାମୋହନ ସରକାରଙ୍କୁ ୫୦୦ ଦିନ

ମୋହନ ସରକାରଙ୍କୁ ୫୦୦ ଦିନ

ଭୁବନେଶ୍ୱର : ମୋହନ ସରକାରକୁ ଆଜି ପୂରିଛି ୫୦୦ ଦିନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ୍ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କର ଅତୁଟ ସହଯୋଗ ବଳରେ ଆଜି ଆମ ସରକାର ପ୍ରଥମ ୫୦୦ ଦିନର କାର୍ଯ୍ୟକାଳ ସଫଳତାର ସହିତ ପୂର୍ତ୍ତି କରିଛି। ଆପଣମାନଙ୍କର ଅକୁଣ୍ଠ ସମର୍ଥନ ଓ ବିଶ୍ୱାସ ହିଁ ଆମ ସରକାରଙ୍କ ସଫଳତାର ମୂଳଦୁଆ। ଆମେ ‘ଲୋକଙ୍କ ସରକାର’ ଭାବରେ ଦେଇଥିବା ସବୁ ପ୍ରତିଶ୍ରୁତିକୁ, ତୁରନ୍ତ କାର୍ଯ୍ୟକାରୀ କରିଛୁ। ଆମର ମୌଳିକ ସିଦ୍ଧାନ୍ତ ହେଉଛି “କଥା ଦେଇ କଥା ରଖିବା’; ଏହି ମନ୍ତ୍ରରେ ଅନୁପ୍ରାଣିତ ହୋଇ ଆମେ ରାଜ୍ୟରେ ଶାସନର ଏକ ନୂତନ ଓ ଜନକୈନ୍ଦ୍ରିକ ମାନଦଣ୍ଡ ସ୍ଥାପନ କରିଛୁ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି।

ଏହାଛଡ଼ା ଗତ ୫୦୦ ଦିନରେ ଆମ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ଚାଷୀମାନଙ୍କ ପାଇଁ ଧାନର ଏମ୍‌ଏସ୍‌ପି ୩,୧୦୦ ( ୨୩୦୦ ଏମ୍‌ଏସ୍‌ପି + ୮୦୦ ଇନପୁଟ୍ ସହାୟତା ) ଧାର୍ଯ୍ୟ କରାଯିବା ଫଳରେ ୧୯ ଲକ୍ଷରୁ ଅଧିକ ଚାଷୀ ୭,୪୧୧ କୋଟିର ସିଧାସଳଖ ଲାଭ ପାଇଛନ୍ତି। ଏହା ସହ ସିଏମ୍ କିଷାନ୍ ଯୋଜନାରେ ୫୧ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟି ମହିଳାଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯିବା ସହିତ ପ୍ରାୟ ୧୭ ଲକ୍ଷ ମହିଳା ‘ଲକ୍ଷପତି ଦିଦି’ ଭାବରେ ଆର୍ôଥକ ସ୍ୱାଧୀନତା ଆଡ଼କୁ ଅଗ୍ରସର ହୋଇଛନ୍ତି। ଏହା ସହିତ, ଶିଳ୍ପାୟନକୁ ପ୍ରୋତ୍ସାହନ ଦେବାକୁ ୫.୬ ଲକ୍ଷ କୋଟିର ନିବେଶ ଘୋଷଣା ହୋଇଛି ଯାହା ଦ୍ୱାରା ପ୍ରାୟ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟକୁ ଭାରତର ସେମିକଣ୍ଡକ୍ଟର ହବ୍ ଭାବରେ ଗଢ଼ି ତୋଳିବାକୁ ୪,୦୧୧ କୋଟିର ପୁଞ୍ଜିନିବେଶ ଆରମ୍ଭ ହୋଇଛି। ବେରୋଜଗାରୀ ସମସ୍ୟାକୁ ଦୂର କରିବା ଲାଗି ସରକାରୀ କ୍ଷେତ୍ରରେ ୩୦,୦୦୦+ ସରକାରୀ ନିଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ୧.୬୪ ଲକ୍ଷରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି।

ସେହିପରି ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ଜନସାଧାରଣଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆମେ ଆଞ୍ଚଳିକସ୍ତରରେ ପହଞ୍ଚାଇ ପାରିଛୁ। ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁକରି ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସମାବେଶୀ ବିକାଶର ସୁଫଳ ଦେବା ପାଇଁ ନିରନ୍ତର ଉଦ୍ୟମ ମଧ୍ୟ ଜାରି ରହିଛି। ଆପଣମାନଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ହିଁ ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking