25.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଆଜିଠୁ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍, ଏହି ସେକ୍ଟରଗୁଡିକ ପ୍ରଭାବିତ ହେବ

ଆଜିଠୁ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍, ଏହି ସେକ୍ଟରଗୁଡିକ ପ୍ରଭାବିତ ହେବ

ୱାଶିଂଟନ୍ : ଆଜିଠୁ ଭାରତ ଉପରେ ଲାଗିବ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କକୁ ମିଶାଇ ମୋଟ୍ ୫୦ ପ୍ରତିଶତ ଟାରିଫ୍। ଆମେରିକା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ଟ୍ରମ୍ପ ପ୍ରଶାସନ। ପୂର୍ବରୁ ଭାରତୀୟ ଉତ୍ପାଦ ଉପରେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଥିଲେ ଟ୍ରମ୍ପ। ଏହାପରେ ପୁଣି ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗିବା ପରେ କିଛି ଭାରତୀୟ ଉତ୍ପାଦ ଉପରେ ଏବେ ଶୁଳ୍କ ୫୦ ପ୍ରତିଶତରେ ପହଞ୍ଚିଛି। ଋଷ ଠାରୁ ତେଲ କିଣିବା ହେତୁ ଭାରତ ଉପରେ ଏଭଳି ଅତିରିକ୍ତ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେପଟେ ଗତକାଲି ଏହି ପ୍ରସଙ୍ଗରେ ଭାରତର ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। ପିଏମ୍ଓରେ ଅନୁଷ୍ଠିତ ବୈଠକରେ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥ ଓ ବାଣିଜ୍ୟ ମନ୍ତ୍ରାଳୟର ଅଧିକାରୀମାନେ ସାମିଲ ହୋଇଥିଲେ।ତେବେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଦେଶର ହିତ ସର୍ବୋପରି। ଭାରତ ସରକାର କାହାର ଆର୍ଥିକ ସ୍ବାର୍ଥ ରାଜନୀତି ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ଏହାକୁ ସାମ୍ନା କରିବା ପାଇଁ ନିଜର ଶକ୍ତିବୃଦ୍ଧି ସହ ବିକଳ୍ପ ରାସ୍ତା ବାହାର କରିବ ଭାରତ।

ଆମେରିକାର ୫୦ ପ୍ରତିଶତ ଟାରିଫ ଯୋଗୁ ଭାରତର ରପ୍ତାନୀ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଆମେରିକା ବଜାର ଉପରେ ଅଧିକ ନିର୍ଭର କରୁଥିବା ଭାରତୀୟ କଂପାନୀ ଅଧିକ ପ୍ରଭାବିତ ହେବେ। ଅଧିକ ଟାରିଫ୍ ଲାଗିଲେ ଆମେରିକୀୟ ବଜାରରେ ଭାରତୀୟ ଉତ୍ପାଦର ଦାମ୍ ବଢ଼ିବ ଏବଂ ଭାରତୀୟ ନିର୍ମାତାଙ୍କ ବ୍ୟବସାୟ ଧିମା ହେବାର ଆଶଙ୍କା ରହିଛି। ସେକ୍ଟର ଗୁଡ଼ିକୁ ଅନୁଧ୍ୟାନ କଲେ କୃଷି, ଶକ୍ତି, ବୟନ ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ଅଟୋ କଂପୋନେଣ୍ଟ, ସୋଲାର୍ ଇକ୍ବିପମେଣ୍ଟ, ଫାର୍ମା, ଅଳଙ୍କାର ଓ ରତ୍ନପଥର ଇତ୍ୟାଦି। ୨୦୨୪ରେ ଭାରତ ଆମେରିକାକୁ ପ୍ରାୟ ୮ ହଜାର କୋଟି ଡଲାର୍ ସାମଗ୍ରୀ ରପ୍ତାନୀ କରିଥିବା ବେଳେ, ଟାରିଫ୍ ୨୫ ପ୍ରତିଶତ ବଢ଼ିଲେ ରପ୍ତାନୀ ୧ହଜାର କୋଟି ଡଲାର୍ ହ୍ରାସ ପାଇପାରେ ବୋଲି ଆକଳନ କରାଯାଉଛି। ତେବେ ଦୀର୍ଘକାଳୀନ ଭିତ୍ତିରେ ଭାରତୀୟ ଜିଡିପି ଏହାଦ୍ବାରା ବିଶେଷ ପ୍ରଭାବିତ ହେବନି ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking