16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଆନ୍ଧ୍ରପ୍ରଦେଶରେ ୫୦ ନକ୍ସଲ ଗିରଫ

ଆନ୍ଧ୍ରପ୍ରଦେଶରେ ୫୦ ନକ୍ସଲ ଗିରଫ

ଆନ୍ଧ୍ର ପ୍ରଦେଶ: ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲା ପୋଲିସ ଦ୍ୱାରା ୫୦ ନକ୍ସ ଗିରଫ ହୋଇଛନ୍ତି । କ୍ରିଷ୍ଣା ଜିଲ୍ଲାରେ ୨୮ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ଏଲୁରାରେ ୧୫ ଜଣ ଏନ୍‌ଟିଆର୍ ଜିଲ୍ଲାରେ ୪ ଜଣ ନକ୍ସଲ ଗିରଫ ହୋଇଛନ୍ତି । ଗିରଫ ନକ୍ସଲ ଛତିଶଗଡର ବିଜାପୁର, ସୁକମା ଓ ନାରାୟଣପୁର ଜିଲ୍ଲାର ହୋଇଥିବା ନେଇ ମିଳିଛି ସୂଚନା । ଏମାନଙ୍କ ମଧ୍ୟରେ ଶୀର୍ଷ ନେତା, ପ୍ଲାଟୁନ ସଦସ୍ୟ ଓ ପାର୍ଟି ମେମ୍ବର ଅଛନ୍ତି । ଆନ୍ଧ୍ର ପ୍ରଦେଶ ପୋଲିସ ଏକ ସମନ୍ୱିତ ଗୁଇନ୍ଦା ସୂଚନା ଆଧାରରେ ଆରମ୍ଭ କରିଥିବା ଅଭିଯାନରେ ପାଞ୍ଚଟି ଜିଲ୍ଲାରେ ୫୦ ଜଣ ସିପିଆଇ (ମାଓବାଦୀ) କ୍ୟାଡରଙ୍କୁ ଗିରଫ କରିଛି । ଏହା ପୂର୍ବରୁ ଗତକାଲି ଆଲୁରି ସୀଥାରାମ ରାଜୁ ଜିଲ୍ଲାର ମାରେଡୁମିଲ୍ଲୀରେ ଏକ ଏନକାଉଣ୍ଟରରେ ଶୀର୍ଷ ନକ୍ସଲ କମାଣ୍ଡର ଏମ ହିଡମା ଏବଂ ଅନ୍ୟ ପାଞ୍ଚ ଜଣ ନିହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking