ନୂଆଦିଲ୍ଲୀ : ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ । ସାରା ଦେଶର ନଜର ସଂସଦ ଉପରେ ରହିଛି । ୬୦ ବର୍ଷରେ ଲଗାତାର କୌଣସି ଦଳ ତୃତୀୟ ଥର କ୍ଷମତାକୁ ଆସିଛି । ଦେଶବାସୀଙ୍କ ଯାହା ଗ୍ୟାରେଣ୍ଟି ଦିଆଯାଇଛି ତାହା ପୂରଣ ହେଉଛି । ଅଧିବେଶନ ସକାରାତ୍ମ ହେବ ବୋଲି ଆଶା । ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ଦେଶର ବିକେଶିତ ଚେହେରାକୁ ଦେଖାଇବ । ସାରା ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ ବିକାଶ ଭାରତର ହୋଇଛି । ଦଳ ପାଇଁ ଯାହା ଲଢିବାର ଥିଲା ଲଢିଲେ, ଏବେ ଦେଶ ପାଇଁ ଲଢିବା । ଆଗାମୀ ସାଢେ ୪ ବର୍ଷ ଦେଶ ପାଇଁ ଏକାଠି ହେବା । ୫ ବର୍ଷର କାର୍ଯ୍ୟ ଭବିଷ୍ୟତ ସ୍ଥିର କରିବ କହିଲେ ପ୍ରଧାନମନ୍ତ୍ରୀ ।