ଭୁବନେଶ୍ୱର : ରାଜ୍ୟରେ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ଅଛି । ଆଜି ବିଧାନସଭାଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫୦୧୪ ଡାକ୍ତର ପଦ ଖାଲି ପଡିଛି । ୩୦ ଜିଲ୍ଲାର ୩୭୫ ସିଏଚସିଏରେ ଖାଲିପଡିଛି ପଦ । ଗଞ୍ଜାମରେ ସର୍ୱାଧିକ ୪୫୦ , ମୟୁରଭଞ୍ଜରେ ୩୦୯ ପଦବୀ ଖାଲି ପଡିଛି । ଖୋର୍ଦ୍ଦାରେ ୧୨ ଡାକ୍ତର ପଦବୀ ଖାଲି ରହିଥିବା ବେଳେ କଟକରେ ୨୮୧ ଡାକ୍ତର ପଦ ଖାଲି ପଡିଛି ।