21.1 C
Bhubaneswar
Monday, January 19, 2026
Homeଅପରାଧରୢାଗିଂ ଘଟଣାରେ ଥାନାରେ ହାଜର ହେଲେ : ୫ ଛାତ୍ର

ରୢାଗିଂ ଘଟଣାରେ ଥାନାରେ ହାଜର ହେଲେ : ୫ ଛାତ୍ର

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜରେ ରୢାଗିଂ ଘଟଣାରେ ୫ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡ. ସୁଚିତ୍ରା ଦାଶ ୫ଜଣଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ୫ଜଣ ଛାତ୍ରଙ୍କୁ ‌ଥାନାରେ ହାଜର ପାଇଁ ନୋଟିସ୍‌ କରିଥିଲା। ଗତକାଲି ଏହି ୫ଜଣ ଛାତ୍ର ଥାନାରେ ହାଜର ହୋଇଥିଲେ। ପୋଲିସ ସେମାନଙ୍କ ବୟାନ୍‌ ରେକର୍ଡ କରିଥିଲା। ଏହା ସହିତ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବାକୁ ତାଗିଦ୍‌ କରିଥିଲା। ପ୍ରଥମ ଥର ପାଇଁ ସେମାନେ ଏଭଳି କାର୍ଯ୍ୟରେ ଲିପ୍ତ ଥିବାରୁ ସମସ୍ତଙ୍କୁ ନୋଟିସ୍‌ ଦେଇ ପୋଲିସ ଛାଡ଼ି ଦେଇଛି। କିନ୍ତୁ ତଦନ୍ତ ସମୟରେ ଆବଶ୍ୟକ ପଡ଼ିଲେ ସେମାନେ ପୁଣିଥରେ ଥାନାରେ ହାଜର ହେବେ ବୋଲି ସୂଚନା ରହିଛି । ରୢାଗିଂ ଘଟଣା ନେଇ ଗତ ୩୦ତାରିଖରେ ଏମ୍‌କେସିଜି ମେଡିକାଲ କଲେଜରେ ଆଣ୍ଟି ରୢାଗିଂ କମିଟିର ବୈଠକ ବସିଥିଲା। ଆବଶ୍ୟକ ପ୍ରମାଣକୁ ଆଧାର କରି ୫ଜଣ ବରିଷ୍ଠ ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସମସ୍ତଙ୍କୁ ୬ ମାସ ପାଇଁ କ୍ୟାମ୍ପସ୍‌ରୁ ବହିଷ୍କୃତ କରାଯାଇଛି। ଅନ୍ୟ ଏକ ଅଭିଯୋଗରେ ୪ଜଣ ଛାତ୍ରଙ୍କ ନାମ ରହିଥିଲା। ହେଲେ ସେହି ୪ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ପ୍ରମାଣ ଆସି ନାହିଁ। ପ୍ରମାଣ ମିଳିଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking