25.1 C
Bhubaneswar
Tuesday, December 16, 2025
Homeଓଡିଶାବଜ୍ରପାତରେ; ୫ ମୃତ, ଆଉ ୫ ଗୁରୁତର

ବଜ୍ରପାତରେ; ୫ ମୃତ, ଆଉ ୫ ଗୁରୁତର

ଭୁବନେଶ୍ୱର : ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ, ଆଉ ୫ ଗୁରୁତର । ପ୍ରବଳ ବର୍ଷା ବେଳେ ବିଜୁଳି ମାରିବାରୁ ୪ ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ୫ ଜଣ ଗୁରୁତର ଆହତ ହୋଇଛି। ଭଦ୍ରକ ଜିଲ୍ଲାରା ୩ ଜଣ, କେନ୍ଦ୍ରାପଡ଼ା ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ଜଣେ ଲେଖାଏ ବ୍ୟକ୍ତି ବଜ୍ରପାତ ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ଭଦ୍ରକରେ ୨ ଜଣ ଓ ସମ୍ବଲପୁରରେ ବିଜୁଳି ମାଡ଼ରେ ୩ ଜଣ ଚାଷୀ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ହେଲେ ଗୌର ଦାସ ଓ ରାକେଶ ତିଆଡ଼ି। ଉଭୟ ବିଲରେ କାମ କରୁଥିବା ବେଳେ ହଠାତ୍‌ ବଜ୍ରାଘାତର ଶିକାର ହୋଇଥିଲେ। ଗୌରଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡା ଥାନା ଭଗାରାମ ଗାଁରେ ଓ ରକେଶଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରା ଥାନା ପଦୁନା ଗାଁରେ। ସେହିପରି ଗୋପୀନାଥପୁର ଅଞ୍ଚଳର ରମାକାନ୍ତ ସାହୁ ଓ ହରିପୁର ଅଞ୍ଚଳର ଚଞ୍ଚଳା ମହଲା ମଧ୍ୟ ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି। ଏବେ ଉଭୟଙ୍କ ଚିକିତ୍ସା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି। ବନ୍ତ ବ୍ଲକ୍‌ ଚାରି ଗାଁରେ ବିଲରେ କାମ କରିବା ବେଳେ ଜଣେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ରମିକ ଜଣଙ୍କ ହେଲେ ଗରଡ଼ିହି ଅଞ୍ଚଳର ଭୀମ ମାଝୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣଙ୍କ କାଦୁଆ ଗାଁର ଭୀମସେନ ପରିଡ଼ା। ବଜ୍ରପାତ କେନ୍ଦ୍ରାପଡ଼ାରେ ମଧ୍ୟ ଜଣେ ଚାଷୀଙ୍କ ଜୀବନ ନେଇଛି। ବଜ୍ରପାତରେ ସଦର ଥାନା ଅନ୍ତର୍ଗତ ଆୟବା ଗାଁର ଚାଷୀ ବଳରାମ ନାୟକଙ୍କ ମୃତ୍ୟୁ ଘଟିଛି। ମୃତ ବଳରାମଙ୍କ ବୟସ ୫୫ ବର୍ଷ। ସମ୍ବଲପୁର ଜିଲ୍ଲା ତବଲା ଗାଁରେ ବଜ୍ରପାତରେ ୩ ଜଣ ଆହତ ହୋଇଛନ୍ତି। ପ୍ରଥମେ ସେମାନଙ୍କୁ ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲକୁ ନିଆଯାଇ ଥିଲା। ସେହିପରି ତବଲା ଗ୍ରାମର ଶ୍ରୀକାନ୍ତ ପ୍ରଧାନ, ଶୁକ୍ଳ ମୁଣ୍ଡା ଓ ସୁମନ୍ତ ମାଝୀ ଆଜି ନିଜ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଚାଷୀମାନେ ଗୁରୁତର ଆହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking