ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି । ସେମାନେ ହେଲେ ମସାୟୀ ମଙ୍ଗୁ ଓରଫ ମଙ୍ଗୁ କୁଞ୍ଜାମ, ମହେଶ କୁରସମ୍ ଓରଫ ମନକୁ, ଲାଲୁ ପୋଟାମ, ଫୁଲ୍ଲୀ ପୁନେମ ଓରଫ ସେପି, ଦନୁ ପୁନେମ୍ ଓରଫ ବୁଇୟା । ଗିରଫ ମାଓବାଦୀ ମଙ୍ଗୁଙ୍କ ନାମରେ ଗଙ୍ଗାଲୁର ଥାନାରେ ୧୨ଟି ମାମଲା ରହିଛି । ଏପରିକି ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ମିଳିଥିବା ସୂଚନା ମୁତାବକ, ଗଙ୍ଗାଲୁର ଡିଆରଜି ବାହିନୀ ଓ ଜିଲ୍ଲା ପୁଲିସ ମିଳିତ ଭାବେ ବିଜାପୁର ଜିଲ୍ଲାର ମେଟାପାଲ, ପୁସନାର ଅଞ୍ଚଳରେ କୁମ୍ବିଂ ଅପରେଶନ ଜାରି ରଖିଛନ୍ତି । ତେବେ ମେଟାପାଲ ଗ୍ରାମ ନିକଟ ଜଙ୍ଗଲରେ କୁମ୍ବିଂ ଅପରେଶନ ବେଳେ ଉପରୋକ୍ତ ୫ଜଣ ମାଓବାଦୀଙ୍କୁ ଯବାନ ଧରିଥିଲେ । ଏମାନେ ପୁସନାର ଅନ୍ତର୍ଗତ ଜନତାନା ସରକାର ସଙ୍ଗଠନରେ ସକ୍ରିୟ ରହି କାର୍ଯ୍ୟ କରୁଥିଲେ । ଗିରଫ ମାଓବାଦୀ ମଙ୍ଗୁଙ୍କ ନାମରେ ଗଙ୍ଗାଲୁର ଥାନାରେ ୧୨ଟି ମାମଲା ରହିଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।










