ରାଉରକେଲା : ବ୍ୟାଙ୍କ ଆଗରୁ ୫ ଲକ୍ଷ ଟଙ୍କା ଲୁଟ ହୋଇଛି । ପୋଲିସ କର୍ମଚାରୀଙ୍କ ହାତରୁ ଟଙ୍କା ବ୍ୟାଗ ଝାମ୍ପି ଫେରାର ହୋଇଯାଇଛନ୍ତି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁସାରେ ଜଣାପଡିଛି ଯେ ପୋଲିସ କର୍ମଚାରୀ ସୋସେନ ସ୍କର୍ପିଓରେ ପରିବାର ସହ ଗୁରୁବାର ପୀର୍ୱାହ୍ନ ପ୍ରାୟ ୧୧ଟାରେ ରାଉରକେଲା ସେକ୍ଟର ୧୯ ସ୍ତିତ ବ୍ୟାଙ୍କରେ ପହଞ୍ଚିଥିଲେ । ୫ ଲକ୍ଷ ଉଠାଇବା ପରେ ବ୍ୟାଙ୍କରୁ ବାହାରି ଥିଲେ। ରାସ୍ତା ପାରି ହୋଇ ଗାଡି ପାଖକୁ ଯାଉଥିଲା ବେଳେ ଦୁଇ ଯୁବକ କଳା ପଲସରରେ ଆସି ଟଙ୍କା ବ୍ୟାଗ୍ ଝାମ୍ପି ଫେରାର ହୋଇ ଯାଇଥିଲେ।